ରେଡ୍‌ମି ଏ୧+ ର ଶୁଭାରମ୍ଭ

ନୂଆଦିଲ୍ଲୀ,୧୮।୧୦: ଦେଶର ପ୍ରମୁଖ ସ୍ମାର୍ଟ ଫୋନ୍‌ ଉତ୍ପାଦନକାରୀ କମ୍ପାନୀ ‘ସାଓମି ଇଣ୍ଡିଆ’ର ପ୍ରମୁଖ ବ୍ରାଣ୍ଡ୍‌ ରେଡ୍‌ମି ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ରେଡ୍‌ମି ଏ୧+ର ଶୁଭାରମ୍ଭ ଓ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ମାତ୍ର ୬୯୯୯ ଟଙ୍କାରେ ଏଭଳି ଏକ ନୂତନ ଉତ୍ପାଦ (ରେଡ୍‌ମି ଏ୧+) ର ବଜାର ପ୍ରବେଶ ଉପଭୋକ୍ତାଙ୍କୁ ଆକର୍ଷିତ କରିବ ବୋଲି ଆଶା କରାଯାଉଛି। ରେଡ୍‌ମି ଏ୧+ କୁ ଏହାର ସର୍ବୋତମ ଶ୍ରେଣୀର ଫିଚରଗୁଡିକ ସହ ଚମତ୍କାର ମୂଲ୍ୟ ପ୍ରଦାନ କରିବା ପାଇଁ ପ୍ରଥମ ଥର ସ୍ମାର୍ଟଫୋନ୍‌ ବ୍ୟବହାର କରୁଥିବା ଗ୍ରାହକଙ୍କ ଲାଗି ଡିଜାଇନ୍‌ କରାଯାଇଛି। ଏକ ଲେଦର୍‌ ଟେକ୍ସଚର୍‌ଡ ଡିଜାଇନ୍‌, ଫିଙ୍ଗର ପ୍ରିଣ୍ଟ୍‌ ସେନ୍ସର ଓ ଏକ ବିଶାଳ ୫୦୦୦ ଏମ୍‌ଏଏଚ୍‌ ବ୍ୟାଟେରି ସହ ପ୍ରଥମ ଥର ସ୍ମାର୍ଟଫୋନ୍‌ ବ୍ୟବହାରକାରୀଙ୍କ ପାଇଁ ସ୍ବଳ୍ପ ବଜେଟରେ ଏକ ଉପଯୁକ୍ତ ପସନ୍ଦ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏହି ଡିଭାଇସ୍‌ କ୍ରୟ ପାଇଁ ସ୍ବତନ୍ତ୍ର ରୂପେ ଫ୍ଲିପ୍‌କାର୍ଟ, ଏମ୍‌ଆଇ ଡଟ୍‌ କମ୍‌ ଓ ଅନ୍ୟ ରିଟେଲ୍‌ ଷ୍ଟୋର୍‌ଗୁଡିକରେ ମଧ୍ୟ ଉପଲବ୍ଧ ରହିଛି। ଏହାର ୮ ଏମ୍‌ପି ଡୁଆଲ କ୍ୟାମେରା ରିୟର ସେଟ୍‌ଅପ୍‌ ଉପଭୋକ୍ତାଙ୍କୁ ଆଲୋକ ଓ ସ୍ବତନ୍ତ୍ର ମୁହୂର୍ତ୍ତଗୁଡିକୁ କ୍ୟାପ୍ଚର କରିବାକୁ ଅନୁମତି ଦେଉଥିବା ବେଳେ ଏହାର ୫ଏମ୍‌ପି ଫ୍ରଣ୍ଟ କ୍ୟାମେରା ପାର୍ବଣ ସେଲ୍‌ଫିଗୁଡିକ ପାଇଁ ଉପଯୁକ୍ତ। ୧୦ଡବ୍ଲ୍ୟୁ ଫାଷ୍ଟ୍‌ ଚାର୍ଜର୍‌-ଇନ୍‌-ବକ୍ସ ସହ ଏକ ୫୦୦୦ ଏମ୍‌ଏଏଚ୍‌ ବ୍ୟାଟେରି ସହ ଏହି ସ୍ମାର୍ଟଫୋନ୍‌ ଏକ ସିଙ୍ଗଲ୍‌ ଚାର୍ଜରେ ୨ଦିନ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିଥାଏ। ଏହା ୩ଟି ରଙ୍ଗ ବିକଳ୍ପ ଲାଇଟ୍‌ ଗ୍ରୀନ୍‌, ଲାଇଟ୍‌ ବ୍ଲୁ ଓ ବ୍ଲାକ୍‌ ଏବଂ ଦୁଇଟି ଷ୍ଟୋରେଜ୍‌ ଭାରିଆଣ୍ଟ୍‌-୨ଜିବି/୩୨ଜିବି ଏବଂ ୩ଜିବି/୩୨ଜିବିରେ ଉପଲବ୍ଧ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ-୧୯ ଲାଗି ସହାୟତା

ନୂଆଦିଲ୍ଲୀ, ୬।୪: କୋଭିଡ୍‌-୧୯ ବିରୋଧି ଲଢେଇରେ ଦେଶର ବିଭିନ୍ନ କର୍ପୋରେଟ ଯୋଗଦାନ ସ୍ବରୂପ ଆର୍ଥତ୍କ ସହାୟତା ଯୋଗାଣ ଧାରା ଜାରି ରଖିଛନ୍ତି। ଦେଶର ପ୍ରମୁଖ କର୍ପୋରେଟ...

ଗତି ବାଇକ୍‌ ଏକ୍ସପ୍ରେସ୍‌ର ଶୁଭାରମ୍ଭ

ଭୁବନେଶ୍ୱର,୨୬।୫: ଦେଶର ପ୍ରମୁଖ ଲଜିଷ୍ଟିକ୍ସ ସେବା ପ୍ରଦାନକାରୀ ସଂସ୍ଥା ଗତି ଲିମିଟେଡ୍‌ ପକ୍ଷରୁ ଏକ ଅଭିନବ ସେବା ‘ଗତି ବାଇକ୍‌ ଏକ୍ସପ୍ରେସ୍‌’ର ଶୁଭାରମ୍ଭ କରାଯାଇଛି। ବିଶେଷକରି...

୩୭,୯୪୬ କୋଟିର ଜିଏସ୍‌ଟି ଫାଙ୍କି ଧରାପଡିଛି

ନୂଆଦିଲ୍ଲୀ,୧୭-୭: ଟିକସ ଅଧିକାରୀମାନେ ଆର୍ଥିକ ବର୍ଷ ୨୦୧୮-୧୯ରେ ୩୭,୯୪୬ କୋଟି ଏବଂ ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ଜୁନ୍‌ରେ ୬୫୨୦ କୋଟି ଟଙ୍କାର ଜିଏସଟି ଫାଙ୍କି ଧରିପାରିଛନ୍ତି।...

ଏମ୍‌ସିଏଲ୍‌ଆର୍‌ କମାଇଲା ଏସ୍‌ବିଆଇ

ମୁମ୍ବାଇ,୧୦-୧୨: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ମାର୍ଜିନାଲ କଷ୍ଟ ଅଫ୍‌ ଫଣ୍ଡ୍‌ସ ବେସ୍‌ଡ ଲେଣ୍ଡିଂ ରେଟ୍‌ (ଏମ୍‌ସିଏଲ୍‌ଆର୍‌) ବା ଋଣ ସୁଧ ୧୦ ବେସସ୍‌...

ଗହମ ପରେ ଭାରତ ଚା’ କୁ ଫେରାଇଲେ ବହୁ ଦେଶ, କୀଟନାଶକ ଥିବା ଅଭିଯୋଗ…

ନୂଆଦିଲ୍ଲୀ, ୪।୬ : ଭାରତୀୟ ଚା’ ରପ୍ତାନିକାରୀ ସଂଘ (ଆଇଟିଈଏ) ର ସଭାପତି ଅଶୂଂମାନ କାନୋରିଆ କହିଛନ୍ତି ଯେ କୀଟନାଶକ ଏବଂ ରାସାୟନିକ ପଦାର୍ଥର ଧାର୍ଯ୍ୟ...

ଡିଏଲ୍‌ ନବୀକରଣ ଲାଗି ଆଧାର ପ୍ରମାଣନ

ନୂଆଦିଲ୍ଲୀ: ଅନ୍‌ଲାଇନରେ ଡ୍ରାଇଭିଂ ନବୀକରଣ ଏବଂ ୧୫ ଅନ୍ୟ ସେବା ଲାଗି ଆଧାର ଅଥେଣ୍ଟିକେଶନ(ପ୍ରମାଣନ)ର ଆବଶ୍ୟକତା ରହିଛି। ପରିବହନ ବିଭାଗର କାର୍ଯ୍ୟାଳୟକୁ ନ ଦୌଡ଼ି ଲୋକଙ୍କୁ...

ଜିଏସ୍‌ଟି ସଂଗ୍ରହ ଲକ୍ଷେ କୋଟି ଟପିଲା

ନୂଆଦିଲ୍ଲୀ: ଅକ୍ଟୋବରରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ବାବଦକୁ ସରକାର ଲକ୍ଷେ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଅର୍ଥ ସଂଗ୍ରହ କରିଛନ୍ତି। ଗତ ୮ ମାସ ମଧ୍ୟରେ...

ଜୋନ୍‌ସ୍ତରୀୟ କ୍ରେତା-ବିକ୍ରେତା ସମ୍ମିଳନୀ

କଟକ,୨୩।୩: ଓଡ଼ିଶା ସରକାରଙ୍କ ଉପ ମତ୍ସ୍ୟ ନିର୍ଦ୍ଦେଶକ କଟକ ଜୋନ୍‌ କଟକଙ୍କ ପକ୍ଷରୁ ବୁଧବାର ସ୍ଥାନୀୟ ସର୍ବେକ୍ଷଣ ଓ ମାନଚିତ୍ର ପ୍ରକାଶନ ସଂସ୍ଥାର ସମ୍ମିଳନୀ କକ୍ଷରେ...

Advertisement
Archives

Model This Week