ମୁମ୍ବାଇ,୨୮ା୧: ବାରାମତି ବିମାନ ଦୁର୍ଘଟଣାରେ ବୁଧବାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ଦେହାନ୍ତ ହୋଇଛି। ଏହି ଦୁର୍ଘଟଣାରେ ଅଜିତ ପାଓ୍ବାରଙ୍କ ସମେତ ଆଉ ୫ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଯେଉଁଥିରେ ଅଜିତଙ୍କ ବିମାନ ପରିଚାରିକା ପିଙ୍କି ମାଲି ମଧ୍ୟ ସାମିଲ ଅଛନ୍ତି। ପିଙ୍କି ମଙ୍ଗଳବାର ତାଙ୍କ ପିତାଙ୍କୁ ଜଣାଇଥିଲେ ଯେ, ସେ ଅଜିତଙ୍କ ସହିତ ଅଛନ୍ତି। ପାପା, ମୁଁ ଆସନ୍ତାକାଲି (ବୁଧବାର) ଡିସିଏମ୍ ଅଜିତ ପାୱାରଙ୍କ ସହିତ ବାରାମତିକୁ ଉଡ଼ାଣ ଭରୁଛି। ତାଙ୍କୁ ଛାଡିବା ପରେ, ମୁଁ ନାନ୍ଦେଦ ଯିବି ଏବଂ ହୋଟେଲରେ ପହଞ୍ଚିବା ପରେ ତୁମ ସହିତ କଥା ହେବି…” କେନ୍ଦ୍ରୀୟ ମୁମ୍ବାଇର ପ୍ରଭାଦେବୀର ବାସିନ୍ଦା ଶିବକୁମାର ତାଙ୍କ ଝିଅ ସହିତ ତାଙ୍କର ଶେଷ କଥାବାର୍ତ୍ତା ଥିଲା ବୋଲି କହିଛନ୍ତି। ତାଙ୍କ ଝିଅର ମୃତ୍ୟୁରେ ପରିବାରବର୍ଗ ଭାଙ୍ଗି ପଡ଼ିଛନ୍ତି। ଅସହାୟ ହୋଇପଡ଼ିଛନ୍ତି।
ପିଙ୍କି କାଲିନା ବିମାନବନ୍ଦରରେ ଅନେକ ବିମାନ କମ୍ପାନୀ ସହିତ କାମ କରିଥିଲେ। ସେ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ଏବଂ ଏକନାଥ ସିନ୍ଦେଙ୍କ ଭଳି ଭିଆଇପିଙ୍କ ପାଇଁ ଏକ ଘରୋଇ ଜେଟ୍ ବିମାନ ପାଇଲଟ୍ ଭାବରେ କାର୍ଯ୍ୟ କରିଥିଲେ। ପିଙ୍କି ଦିଲ୍ଲୀସ୍ଥିତ VSR Ventures ଦ୍ୱାରା ପରିଚାଳିତ Learjet 46 ବିମାନରେ ଜଣେ ପରିଚାରିକା ଥିଲେ। ଯାହା ବାରାମତି ବିମାନବନ୍ଦରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନ ନିୟାମକ DGCA ଅନୁଯାୟୀ, ବିମାନରେ କ୍ରୁ ସଦସ୍ୟଙ୍କ ସମେତ ପାଞ୍ଚ ଜଣ ଥିଲେ। ସେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଏବଂ ଅନେକ ରାଜନୈତିକ ନେତାଙ୍କ ସହିତ ଉଡ଼ାଣ କରିଥିଲେ। ପିଙ୍କିଙ୍କ ପିତା ଶିବକୁମାରଙ୍କ ଅନୁଯାୟୀ, ପିଙ୍କି ଚତୁର୍ଥ ଥର ପାଇଁ ଅଜିତଙ୍କ ସହିତ ଉଡ଼ାଣ କରିଥିଲେ।
ସୂଚନା ଥାଉକି, ଅଜିତଙ୍କ ଦଳ ଏନ୍ସିପି ଘୋଷଣା କରିଛି, ଅଜିତଙ୍କ ଅନ୍ତିମ ସଂସ୍କାର ଗୁରୁବାର ସକାଳ ୧୧ ଟାରେ ବିଦ୍ୟା ପ୍ରତିଷ୍ଠାନ ଗ୍ରାଉଣ୍ଡରେ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଯୋଗଦେବାର ଅଛି। ଅନ୍ୟାନ୍ୟ ଦଳର ନେତାମାନେ ମଧ୍ୟ ଉପସ୍ଥିତ ରହିବେ। ଏହି ସମୟରେ ରାଜ୍ୟ ସରକାର ବୁଧବାର ସାଧାରଣ ଛୁଟି ଘୋଷଣା କରିଛନ୍ତି ଏବଂ ଅଜିତଙ୍କ ଦେହାନ୍ତ ପରେ ତିନି ଦିନ ପାଇଁ ରାଜ୍ୟ ଶୋକ ପାଳନ କରିଛନ୍ତି।