Categories: Home Leftଖେଳ

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି ଭାରତୀୟ ଖେଳାଳି କ୍ୱାର୍ଟରଫାଇନାଲରେ ପୂର୍ବତନ ଚାମ୍ପିୟନ ତଥା ବିଶ୍ୱର ୬ନମ୍ବର ଖେଳାଳି ଚାଇନାର ଲି’ ଶିଫେଙ୍ଗ୍‌ଙ୍କୁ ୨୧-୧୩, ୨୧-୧୬ରେ ହରାଇ ଦେଇଛନ୍ତି।

ସେମିଫାଇନାଲରେ ସେ କାନାଡାର ଭିକ୍ଟର ଲାଇଙ୍କ ସହ ମୁକାବିଲା କରିବେ। ଭିକ୍ଟର ଅନ୍ୟ ଏକ କ୍ୱାର୍ଟରଫାଇନାଲରେ ଜାପାନର କୋକି ଓ୍ବାଟାନାବେଙ୍କୁ ୧୮-୨୧, ୨୧-୧୭, ୨୧-୧୫ରେ ପରାସ୍ତ କରିଛନ୍ତି। ଏହି ସମ୍ମାନଜନକ ଚାମ୍ପିୟନଶିପ୍‌ରେ ଲକ୍ଷ୍ୟ ତୃତୀୟ ଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏହି ସମ୍ମାନଜନକ ଚାମ୍ପିୟନଶିପ୍‌ରେ ୧,୪୫୯,୦୦୦ ଡଲାର ପୁରସ୍କାର ରାଶି ରହିଛି।

Share