ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର ଟଙ୍କା ସହ ୨୦ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ଏପରିକି ପୋଲିସ ଜୁଆଡ଼ିମାନଙ୍କ ନିକଟରୁ ଏକ ଥାର ଗାଡ଼ି ସହ ୪ଟି ବାଇକ୍‌, ୨୦ଟି ମୋବାଇଲ ଫୋନ ସହ ତାସ ଜବତ କରିଛି। ଜୁଆଡ଼ିମାନେ ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା କୁଞ୍ଜୁରୀ ପଞ୍ଚାୟତ କାର୍ଯ୍ୟଳୟ ନିକଟ ଜଙ୍ଗଲରେ ରୀତିମତ ଜୁଆ ଖେଳି ଆସୁଥିଲେ।

ଖବର ପାଇ ଟାଙ୍ଗୀ ପୋଲିସ ପୂର୍ବରୁ ଜୁଆ ଆଡ୍ଡା ଉପରେ ଚଢାଉ କରି ବିଫଳ ହୋଇଥିଲା। ହେଲେ ପୋଲିସ ଜୁଆଡିଆଙ୍କ ଉପରେ କଡ଼ା ନଜର ରଖିଥିଲା। ଏପରିକି ସୋମବାରଠାରୁ ପୋଲିସ ଜଙ୍ଗଲର ଚାରିଆଡୁ ଘେରିଥିଲା। ମଙ୍ଗଳବାର ଜୁଆଡିମାନେ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ମାଡି ବସି ୨୦ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲା।

ଗିରଫ ଜୁଆଡ଼ିମାନେ ହେଲେ ଖୋର୍ଦ୍ଧା ଜିଲା ବାଲୁଗାଁ ଅଞ୍ଚଳର ବୁଦ୍ଧିମାନ ବିଶ୍ୱାଳ(୫୯) ବାଣପୁରର ମୁରଲୀ ଧର ସେଠି(୪୮), ଭୀମପୁର ରମେଶ ଚନ୍ଦ୍ର ବାରିକ(୫୦), ଜଟଣୀର ଅବଦୁଲ ଅଜିମ ଖାଁ(୪୮), ଗମ୍ଭାରୀ ମୁଣ୍ଡାର ବିକାଶ ସ୍ବାଇଁ (୩୪), ଗମ୍ଭାରୀ ମୁଣ୍ଡା ବିଂଝାଳା ଗ୍ରାମର ରାମଚନ୍ଦ୍ର ବେହେରା(୬୬), ପ୍ରଦୀପ କୁମାର ନାୟକ(୪୫), ଗମ୍ଭାରୀ ମୁଣ୍ଡାର ଲକ୍ଷ୍ମୀଧର ସାହୁ(୬୨), ବାଣପୁର କାଣ୍ଡଗାଡ଼ିଆ ଗ୍ରାମର ଶିବ ସ୍ବାଇଁ(୩୮), ସାନ ନଈରୀ ଗ୍ରାମର ଦିଲୀପ ସାହୁ, ନାଚୁଣୀ ହରିଚନ୍ଦନପୁର ଗ୍ରାମର କାହ୍ନୁ ବେହେରା(୩୨), ବାଣପୁର ବିସ୍ତୁ ଗ୍ରାମର ଶିବ ଶଙ୍କର ସେନାପତି, ନାରାୟଣ ସୁବୁଦ୍ଧି(୩୫), ବଉଳା ବନ୍ଧ ଗ୍ରାମର ବିପିନ ପ୍ରଧାନ(୪୦), ପୁରୀ ଜିଲା ତାଳବଣିଆ ବାଲିଘାଟର ରଞ୍ଜନ ରାଉଳ (୪୦), ଚନ୍ଦନପୁର ଗ୍ରାମର ଲକ୍ଷ୍ମୀଧର ବେହେରା(୪୫), ବଳିଆ ପଣ୍ଡାର ରାଜ କିଶୋର ପ୍ରଧାନ(୩୩) ଗଞ୍ଜାମ ଜିଲା ଛତ୍ରପୁରର ଅଜିତ କୁମାର ଗୌଡ଼(୨୯), ବ୍ରହ୍ମପୁରର ଜି. ନରେଶ (୪୭), କଟକ ଜିଲା ରାଣୀହାଟର ଯଶବନ୍ତ ଦେବତା(୫୩) ବୋଲି ଟାଙ୍ଗୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Share