ଜଗନ୍ନାଥପୁର ଗ୍ରାମ ଶିବ ମନ୍ଦିର ନିକଟ ଆଦର୍ଶ ଗୁହାଳରୁ ବିପୁଳ ପରିମାଣର ଡିଟୋନେଟର ଜବତ

ଛତ୍ରପୁର, ୧୬।୮(ଦିଲ୍ଲୀପ ସାମଲ):  ଚମାଖଣ୍ଡି ଥାନା ଅଧୀନ ଜଗନ୍ନାଥପୁର ଗ୍ରାମ ଶିବ ମନ୍ଦିର ନିକଟ ଏକ ଆଦର୍ଶ ଗାଈ ଗୁହାଳରୁ ବିପୁଳ ପରିମାଣର ଡିଟୋନେଟର ଜବତ କରିଛି ପୋଲିସ।
ସୂଚନା ମୁତାବକ, କନ୍ଧମାଳ ଜିଲା ତୁମୁଡିବନ୍ଧଠାରେ ଏକ ଗାଡ଼ିରେ କିଛି ଡିଟୋନେଟର ଥିବା ଗାଡିକୁ ତୁମୁଡିବନ୍ଧ ପୋଲିସ ଜବତ କରିଥିଲା l ପରେ ଗଞ୍ଜାମ ଜିଲା ଜଗନ୍ନାଥପୁରସ୍ଥିତ ଏକ ଆଦର୍ଶ ଗାଈ ଗୁହାଳରେ ପଥର ବ୍ଲାଷ୍ଟ ଡିଟୋନେଟର ରହିଥିବା ଖବର ପାଇ ଚମାଖଣ୍ଡି ଥାନା ପୋଲିସ ସହାୟତାରେ ଚଢ଼ାଉ କରାଯାଇଥିଲା। କେତେ ପରିମାଣର ଡିଟୋ ନେଟର ଜବତ କରାଯାଇଛି ସେନେଇ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିପାରି ନ ଥିବା ବେଳେ ବିପୁଳ ପରିମାଣର ଡିଟୋନେଟର ଜବତ କରାଯାଇଥିବା ଦେଖିବାକୁ ମିଳିଛି। ଗ୍ରାମ ରି ମୋହନ ରେଡ୍ଡୀ ଏହାକୁ ଭଡା ଦେଇଥିବା ଜଗନ୍ନାଥପୁର ବିଟ୍‌ ହାଉସ୍‌ ଇନଚାର୍ଜ ଅରୁଣ ରାଉତ ସୂଚନା ଦେଇଛନ୍ତି।

Share