ଲାଞ୍ଜିଗଡ଼,୧୬ା୧୧(ରମେଶ ଚନ୍ଦ୍ର ନାୟକ): ଜାତୀୟ ପ୍ରେସ ଦିବସ ଅବସରରେ କଳାହାଣ୍ଡି ଜିଲାର ଲାଞ୍ଜିଗଡ଼ ବ୍ଲକ ପ୍ରେସ୍ କ୍ଲବ୍ ସମ୍ପାଦକ ଏମ୍. ଚନ୍ଦ୍ର ଶେଖରଙ୍କୁ ମହମ୍ମଦ ଅସଲମ ସ୍ମୃତି ସମ୍ମାନ-୨୦୨୫ ରେ ସମ୍ମାନିତ କରାଯାଇଛି।
ରବିବାର କଳାହାଣ୍ଡି ଜିଲା ଜୁନାଗଡ଼ସ୍ଥିତ ଅଗ୍ରସେନ ଭବନରେ ଓଡ଼ିଶା ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟ୍ସ (OUJ) ସହବନ୍ଧିତ କଳାହାଣ୍ଡି ସାମ୍ବାଦିକ ୟୁନିୟନ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଜାତୀୟ ପ୍ରେସ ଦିବସ କାର୍ଯ୍ୟକ୍ରମରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଏମପି ମାଳବିକା ସିଂ ଦେଓ, ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟଯୋଶୀ, ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ଓଡ଼ିଶା ସାମ୍ବାଦିକ ୟୁନିୟନର ସଭାପତି ପ୍ରସନ୍ନ ମହାନ୍ତି, ଏବଂ ଜିଲା ସାମ୍ବାଦିକ ୟୁନିୟନର ସଭାପତି କମ୍ବୁପାଣି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଶେଖର ଦୀର୍ଘ ଦିନ ଧରି ଲାଞ୍ଜିଗଡ଼ର ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ପହଞ୍ଚି ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ଗମନାଗମନ ଭଳି ମୌଳିକ ସମସ୍ୟାଗୁଡ଼ିକୁ ବାରମ୍ବାର ଖବର ପରିବେଷଣ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସେବା ଯୋଗାଇ ଦେବାର ମହତ କାର୍ଯ୍ୟ କରିଆସୁଥିବାରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।
ଏହି ସମ୍ମାନ ପାଇଁ ଜିଲା ତଥା ଲାଞ୍ଜିଗଡ଼ ବ୍ଲକ୍ ଅଞ୍ଚଳରେ ଶେଖରଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି।