ଗାହାକିଆ ଠାରୁ ଗସାପାଙ୍ଗା ଭୂସ୍ଖଳନ ଘଟଣା: ମରାମତି ଜୋରଦା,ର ରାସ୍ତାରୁ ହଟିଲା…

ଦାରିଙ୍ଗବାଡି,୨୬।୯ (ଅରୁଣ ସାହୁ):ଗାହାକିଆ ଠାରୁ ଗସାପାଙ୍ଗା ରାସ୍ତାରେ ଭୂସ୍ଖଳନ ଘଟଣା ଖବର ପ୍ରକାଶିତ ପରେ ରାସ୍ତା ମରାମତି କରାଯିବା ସହ ରାସ୍ତା ଉପରେ ପଡିଥିବା ବଡ଼ବଡ଼ ପଥରକୁ ହଟାଯାଇ ଯାତାୟାତ ସ୍ବଭାବିକ କରାଯାଇଛିା ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ୟାମସୁନ୍ଦର ସିଂ କହିଛନ୍ତ। ଜେସିବି ଦ୍ୱାରା ବଡ଼ ବଡ଼ ପଥରକୁ ରାସ୍ତାରୁ ହଟାଯାଇଥିବା ଜଣାପଡିଛି।
ପ୍ରକାଶ ଯେ,  ସୋନପୁର ପଞ୍ଚାୟତ ଗାହାକିଆ ଠାରୁ ଗସାପାଙ୍ଗା ଦେଇ ଗଦାପୁର, ଗାନ୍ଧାରଗୁଡ଼ି, ହୋଇ କୋଟଗଡ଼ ବ୍ଲକ ଶ୍ରୀରାମପୁରକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରେ ପକ୍କା ରାସ୍ତା ନିର୍ମାଣ କରାଯାଇଛି। ତେବେ ଘାଟି ବୁଲାଣିଆ ରାସ୍ତା କଡ଼ରେ ପାହାଡ଼ ଥିବାରୁ ଚଳିତ ଲଗାଣ ବର୍ଷାରେ ଭୁସ୍ଖଳନ ହୋଇଥିଲା।