ଆବୁଧାବି,୭ା୧୨: ଫର୍ମୁଲା ୱାନ୍ର ରୋମାଞ୍ଚକର ଶେଷ ରେସ୍ରେ ମ୍ୟାକ୍ଲାରେନ୍ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି । ରବିବାର ୟାସ୍ ମାରିନା ସର୍କିଟ୍ରେ ଅନୁଷ୍ଠିତ ମୋଟ ୨୦୨୫ ସିଜିନ୍ ର ଶେଷ ରେସ୍ (ଆବୁଧାବି ଗ୍ରାଣ୍ଡ ପ୍ରିକ୍ସ)ରେ ସେ ତୃତୀୟ ସ୍ଥାନରେ ରହି ମଧ୍ୟ ଡ୍ରାଇଭର୍ସ ଚାମ୍ପିଅନସିପ୍ ଟାଇଟଲ ହାସଲ କରିଛନ୍ତି ।
ଲାଣ୍ଡୋ ନରିସ୍ ପୂର୍ବରୁ ୧୨ ପଏଣ୍ଟରେ ଆଗୁଆ ଥିଲେ । ଏହି ରେସ୍ରେ ସେ ତୃତୀୟ ସ୍ଥାନରେ ରହି ଚାମ୍ପିଅନ୍ ହୋଇଛନ୍ତି । ନରିସ୍ ହେଉଛନ୍ତି F1 ବିଶ୍ୱ ଟାଇଟଲ୍ ଜିତିଥିବା ୩୫ତମ ଡ୍ରାଇଭର୍ ।ଏହା ହେଉଛି ୨୦୦୮ରେ ଲୁଇସ୍ ହାମିଲଟନ୍ଙ୍କ ପରେ ମ୍ୟାକ୍ଲାରେନ୍ ପାଇଁ ପ୍ରଥମ ଡ୍ରାଇଭର୍ସ ଚାମ୍ପିଅନସିପ୍ ଟାଇଟଲ୍ ।
ମାକ୍ସ ଭର୍ଷ୍ଟାପେନ୍ ରେସ୍ ଜିତିଥିଲେ ମଧ୍ୟ ଚାମ୍ପିଅନସିପ୍ ଷ୍ଟାଣ୍ଡିଂରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ନରିସ୍ଙ୍କ ଟିମ୍ମେଟ୍ ଅସ୍କାର ପିଆଷ୍ଟ୍ରି ରେସ୍ରେ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଚାମ୍ପିଅନସିପ୍ ଷ୍ଟାଣ୍ଡିଂରେ ତୃତୀୟ ସ୍ଥାନ ହାସଲ କରିଛନ୍ତି । ମ୍ୟାକ୍ଲାରେନ୍ ୨୦୦୮ ପରେ ପ୍ରଥମ ଥର ପାଇଁ ଡ୍ରାଇଭର୍ସ ଟାଇଟଲ୍ ଜିତି ଏହାର ୧୭ ବର୍ଷର ଅପେକ୍ଷା ଶେଷ କରିଛି । ଦଳ ପୂର୍ବରୁ କନ୍ଷ୍ଟ୍ରକ୍ଟର୍ସ ଟାଇଟଲ୍ ଜିତିସାରିଛି ।