ନୂଆଦିଲ୍ଲୀ,୯।୯: ଭାରତରୁ ନେପାଳ ଯାଉଥିବା ୨ଟି ବିମାନ ଅଧା ବାଟରୁ ଫେରିଆସିଛି। ମଙ୍ଗଳବାର ତ୍ରିଭୁବନ ବିମାନବନ୍ଦରରେ ଅବତରଣ ଅନୁମତି ନ ମିଳିବାରୁ ଦିଲ୍ଲୀ ଏବଂ ମୁମ୍ବାଇରୁ କାଠମାଣ୍ଡୁ ଯାଉଥିବା ୨ଟି ଇଣ୍ଡିଗୋ ବିମାନ ଭାରତ ଫେରିଆସିଛି। ଏପରିକି ଦିଲ୍ଲୀରୁ କାଠମାଣ୍ଡୁ ଯିବାକୁ ଥିବା ଏୟାର ଇଣ୍ଡିଆର ୩ଟି ବିମାନର ଉଡ଼ାଣ ବାତିଲ ହୋଇଯାଇଥିବା ସୂଚନା ମିଳିଛି।
ଅନ୍ୟପକ୍ଷେ ନେପାଳର ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ-ନେପାଳ ସୀମାନ୍ତରେ ହାଇ ଆଲର୍ଟ ଜାରି କରାଯାଇଛି। ଏପରିକି ଦାର୍ଜିଲିଂକୁ ଲାଗିଥିବା ସୀମାନ୍ତରେ ସେନାକୁ ଆଲର୍ଟ କରାଯାଇଛି। ନେପାଳ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି କହିଲେ ସ୍ଥାନୀୟ ଏସ୍ପି ପ୍ରବୀଣ ପ୍ରକାଶ ସୂଚନା ଦେଇଛନ୍ତି।