ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ କରୁଥିଲେ ଜମି ବିକ୍ରି, ବନ୍ଧା ହେଲେ ୩, ବଢ଼ିପାରେ ସଂଖ୍ୟା

ଗଞ୍ଜାମ,୨୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ପୋଲିସ ଏକ ଗୁରୁତର ଜମି ଜାଲିଆତି ଓ ବିକ୍ରି ମାମଲାର ପର୍ଦ୍ଦାଫାଶ କରିଛି। ପୋଲିସ ପ୍ରାଥମିକ ତଦନ୍ତରେ ତିନିଜଣଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମନୋଜ କୁମାର ଗୌଡ଼ (୩୦), ଦିଲୀପ ମାଳି (୫୧) ଓ ଦଣ୍ଡପାଣି ବେହେରା (୭୮)। ଗିରଫ ବ୍ୟକ୍ତିଙ୍କ ଠାରୁ ନକଲି ଆଧାର କାର୍ଡ ଓ ବ୍ୟାଙ୍କ ପାସବୁକ ପୋଲିସ ଜବତ କରିଛି l ଏହି ଜମି ଜାଲିଆତି ଘଟଣାରେ ଗିରଫ ସଂଖ୍ୟା ବଢ଼ିପାରେ ବୋଲି ଗଞ୍ଜାମ ଥାନା ପୋଲିସ ପକ୍ଷରୁ କୁହାଯାଇଛି l ଅଭିଯୋଗ ପରେ ଏହି ମାମଲାର ତଦନ୍ତ କାରୀ ଅଫିସର ଏସ୍‌ଆଇ ଅନିରୁଦ୍ଧ ସ୍ବାଇଁଙ୍କ ନେତୃତ୍ୱରେ ଏଏସ୍‌ଆଇ ସୁପ୍ରଭା ସାହୁ ଓ ଅନ୍ୟମାନେ ଜମି ଜାଲିଆତିରେ ସମ୍ପୃକ୍ତି ବ୍ୟକ୍ତିଙ୍କ ମୋବାଇଲ ନମ୍ବର ଟ୍ରାକ କରି ବ୍ରହ୍ମପୁରରୁ କାବୁ କରିଥିଲେ l  ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ନକଲି ମାଲିକ ସହ ଦୁଇଜଣ ଦଲାଲ ରହିଛନ୍ତି। ସେମାନେ ମୃତ୍ୟୁ ଲୋକଙ୍କୁ ଜୀବିତ କରାଇ ଜମି ବିକ୍ରି କରିଥିବା ଅଭିଯୋଗରେ ବନ୍ଧା ହୋଇଥିବା ଥାନା ଏସଆଇ ଅନିରୁଦ୍ଧ ସ୍ବାଇଁ ସୂଚନା ଦେଇଛନ୍ତି। ଏହି ମାମଲାର ତଦନ୍ତ ଜାରି ରହିଥିବା ସେ ସୂଚନା ଦେଇଛନ୍ତି l
ଅପରପକ୍ଷେ ସାବରେଜିଷ୍ଟର ଅଫିସ ଓ ତହସିଲଦାର ସେତେବେଳେ ନକଲି ଭୋଟ ପ୍ରମାଣ ପତ୍ର ବୋଲି ଜାଣି ପାରିଲେନି କେମିତି ବୋଲି ଆଲୋଚନା ହେଉଛି l ବଡ଼ ରାକେଟ ଏଥିରେ ସାମିଲ ଥିବା ପୋଲିସ ଅନୁମାନ କରୁଛି l ଏତଲାରୁ ମିଳିଥିବା ତଥ୍ୟ ଅନୁଯାଇ ହଳଦିଆ ପଦର ବାସିନ୍ଦା ଦଣ୍ଡପାଣି ବେହେରାଙ୍କ ଗତ  ୨୦୦୪ ରେ ମୂର୍ତବରଣ କରିଥିଲେ। ମୃତ ଦଣ୍ଡପାଣିଙ୍କ ନାମରେ ମଲାଡ଼ ପଞ୍ଚାୟତରେ ଦୁଇ ଏକର ୬୪୨ ଡେସିମେଲ  ଜମି ରହିଥିଲା। ପରିବାର ପ୍ରାୟ ସଦସ୍ୟମାନେ ବାହାରେ ସ୍ଥାୟୀ ଭାବରେ ଥିବାରୁ, ସେହି ଜମି ବିଷୟରେ ଗୁରୁତ୍ୱ ଦେଉନଥିଲେ।ସେହି ସୁଯୋଗର ଫାଇଦା ଉଠାଇ  କିଛିଗିରଫ ବ୍ୟକ୍ତି ମାନେ ଦଲାଲ ସାଜି ଜାଲିଆତି ଭାବେ ଜମି ବିକ୍ରି କରିଥିବା ମଣ୍ଡି ଆବେଦନ କରିବା ପାଇଁ ସିସ୍ତୁ ରସିଦ ସମୟରେ ଜାଣିବାକୁ ପାଇଥିଲେ ଦଣ୍ଡପାଣିଙ୍କ ପୁଅ ମାନସ । ଏନେଇ ଅଗଷ୍ଟ ୨୦ ରେ ମାନସ ବେହେରା ଗଞ୍ଜାମ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ଅଧାରରେ କେସ ନଂ. ୨୭୦/୨୦୨୫ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ଗଞ୍ଜାମ ଥାନା ପୋଲିସ l
ରିପୋର୍ଟ ଅନୁସାରେ ୨୦୨୪ ମସିହାରେ, ଅଭିଯୁକ୍ତମାନେ ନକଲି ଆଧାର କାର୍ଡ ବ୍ୟବହାର କରି ୭୮ ବର୍ଷୀୟ ଦଣ୍ଡପାଣି ବେହେରାଙ୍କ ପରିଚୟ ଦେଇ ସ୍ଥାନୀୟ ବ୍ୟକ୍ତି ଡି ବିକାଶଙ୍କୁ ଜମି ବିକ୍ରି କରିଥିଲେ l ୨୦୨୪ ସେପ୍ଟେମ୍ବର ୧ ରେ ଗଞ୍ଜାମ ସବ-ରେଜିଷ୍ଟ୍ରାର ଅଫିସରେ ଏହି ଜମିର ରେଜିଷ୍ଟ୍ରି ହୋଇଥିଲା। ଅଧିକା ଟଙ୍କା ଥିବା ଜମିକୁ କମ ଟଙ୍କାରେ ମିଳୁଥିବାରୁ ଜମି କିଣା ଯାଇଥିଲା। ଉକ୍ତ ଘଟଣାରେ ମୋଟ ୧୫ ଲକ୍ଷ ଟଙ୍କା କାରବାର ହୋଇଥିବା ପୋଲିସ ସ୍ପଷ୍ଟ କରିଛି l ଯାହାର ୧.୫ ଲକ୍ଷ ଟଙ୍କା ଦଣ୍ଡପାଣିଙ୍କୁ ଦିଆଯାଇଥିଲା  ଏବଂ ୧୩.୫ ଲକ୍ଷ ଟଙ୍କା ଦୁଇ ଦଲାଲଙ୍କ ମଧ୍ୟରେ ବଣ୍ଟା ହୋଇଥିଲା। ଅଭିଯୁକ୍ତମାନେ ଜାଲିଆତି କରିଥିବା ସ୍ବୀକାର କରିଛନ୍ତି।

Share