ଦେବଗଡ଼,୫ା୫(ଶଶାଙ୍କ ଶେଖର ଝାଙ୍କର)- ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଖେଳପଡିଆ ସମ୍ମୁଖରେ ଜିଲାସ୍ତରୀୟ ସନ୍ତରଣାଗାର ପାଇଁ ଜାଗା ଚିହ୍ନଟ କରାଯାଇଛି। ରବିବାର ଜିଲା ପ୍ରଶାସନ ପକ୍ଷରୁ ରାଜସ୍ବ ଅଧିକାରୀ ହିମାଂଶୁ ଗୁରୁ ବିଭିନ୍ନ କ୍ରୀଡ଼ା ସଙ୍ଗଠନର କର୍ମକର୍ତ୍ତାଙ୍କୁ ଚିହ୍ନଟ ସ୍ଥାନ ବୁଲି ଦେଖାଇଥିଲେ। ଦେବଗଡ଼ ମ୍ୟୁନିସିପାଲିଟିର ଭାରପ୍ରାପ୍ତ ନଗରପାଳ ପ୍ରଜିତ କୁମାର ଭୋଜ, ଜିଲା କ୍ରୀଡ଼ା ସମ୍ପାଦକ ଧୀରେନ୍ଦ୍ର କୁମାର ନାଏକ, କୋଷାଧ୍ୟକ୍ଷ ପ୍ରଭାତ କୁମାର ପ୍ରଧାନ, ସହସମ୍ପାଦକ ପ୍ରଦୀପ ଅମାତ, ଜିଲା କ୍ରିକେଟ୍ ସଂଘ ସମ୍ପାଦକ ସୁଜିତ୍ କୁମାର ପ୍ରଧାନ, ବାମଣ୍ଡା କ୍ରିକେଟ୍ କ୍ଲବ୍ ସମ୍ପାଦକ ସତ୍ୟନାରାୟଣ ପାଣି, ସୁଶୀଲ ନାଏକ, ନାଗରିକ କମିଟି ସମ୍ପାଦକ ଲକ୍ଷ୍ମଣ ପ୍ରଧାନ, ସୁବାସ ଚନ୍ଦ୍ର ଭୋଇ, ସୁଧୀର ଦାସ, କିଶୋର ରାଏ, ଅଞ୍ଜନ ପ୍ରଧାନ, ଲିପନ ସୁହୁଳା, ପ୍ରକାଶ କୁମାର ପ୍ରଧାନଙ୍କ ସମେତ ପ୍ରଧାନପାଟ ଫୁଟ୍ବଲ କ୍ଲବ, ଜିଲା ଆଥ୍ଲେଟିକ୍ ଆସୋସିଏଶନ, ନାଗରିକ କମିଟି ସଦସ୍ୟ ଉପସ୍ଥିତ ଥିଲେ। କ୍ରୀଡ଼ା ବିଭାଗ ପକ୍ଷରୁ ସନ୍ତରଣାଗାର ନିର୍ମାଣ ପାଇଁ ଦେବଗଡ଼ ଟାଉନ ୟୁନିଟ୍ ନମ୍ବର ୪, ସରକାରୀ ଖାତା ନମ୍ବର ୪୪୪, ପ୍ଲଟ୍ ନମ୍ବର ୨୯୯୮ରୁ ୨ ଏକର ଜମି ଚିହ୍ନଟ କରାଯାଇଛି।