ଧାନମଣ୍ଡି ନିର୍ମାଣ ପାଇଁ ଜାଗା ଚିହ୍ନଟ: ୩୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ

ଗଞ୍ଜାମ,୧୬ା୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତରେ ନିର୍ମାଣ ହେବ ସୋସାଇଟି ଗୋଦାମ ଗୃହ। ଉକ୍ତ ଗୋଦାମ ଗୃହରେ ଧାନମଣ୍ଡି କାର୍ଯ୍ୟ ହୋଇପାରିବ ବୋଲି ସେ ସରପଞ୍ଚ ପ୍ରତିନିଧି ସୁଦାମ ଚରଣ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସ୍ଥାନୀୟ ସରପଞ୍ଚ ମମତା ବେହେରାଙ୍କ ଉପସ୍ଥିତରେ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ମଲାଡ଼ ଗ୍ରାମକୁ ଯାଇ ପଞ୍ଚାୟତ କାର୍ଯ୍ୟାଳୟ ପାର୍ଶ୍ୱରେ ଉକ୍ତ ସୋସାଇଟି ଗୋଦାମ ଗୃହ ନିର୍ମାଣ ନିମନ୍ତେ ସ୍ଥାନ ଚି଼ହ୍ନଟ କରାଯାଇଛି l ଏଥିପାଇଁ ୩୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହା ନିର୍ମାଣ ହେଲେ ସ୍ଥାନୀୟ ଅଞ୍ଚଳର ଚାଷୀ ଉପକୃତ ହୋଇପାରିବେ ବୋଲି ସରପଞ୍ଚ ପ୍ରତିନିଧି କହିଛନ୍ତି। ସ୍ଥାନ ଚି଼ହ୍ନଟ ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ କେ. ପୋଟୁଡୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ।