କିଡ୍‌ନୀ ପ୍ରତିରୋପଣ ପାଇଁ ବିଦେଶ ଯିବେ ଲାଲୁ

ରାଞ୍ଚି,୭।୬: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ଅଧ୍ୟକ୍ଷ ଲାଲୁ ଯାଦବ କିଡ୍‌ନୀ ପ୍ରତିରୋପଣ ଲାଗି ବିଦେଶ ଯିବାକୁ ଚାହୁଁଛନ୍ତି। ଏନେଇ ପାସ୍‌ପୋର୍ଟ ଫେରିପାଇବା ଲାଗି ରାଞ୍ଚତ୍ସ୍ଥିତ ସବିଆଇ କାର୍ଯ୍ୟାଳୟରେ ଲାଲୁ ଆବେଦନ କରିଛନ୍ତି। ସେ ସିଙ୍ଗାପୁରରେ କିଡ୍‌ନୀ ପ୍ରତିରୋପଣ କରାଇପାରନ୍ତି ବୋଲି ଜଣାପଡିଛି। ଏଥିପାଇଁ ଡାକ୍ତରଙ୍କ ସହ ଯୋଗାଯୋଗ କରାଯାଉଛି। ପାସ୍‌ପୋର୍ଟ ନବୀକରଣ ଲାଗି ସେ କୋର୍ଟରେ ଆବେଦନ କରିଥିବା ତାଙ୍କ ଓକିଲ ପ୍ରଭାତ କୁମାର କହିଛନ୍ତି।