ଦ୍ୱିତୀୟ ଥର ପାଇଁ ଲଲାଟ ହେଲେ କୋରାପୁଟ ଜିଲା ବିଜେଡି ଯୁବ ସଭାପତି

କୋରାପୁଟ, ୧୨।୨(ଅମିତାଭ ବେହେରା): କୋରାପୁଟ ପୌରାଧକ୍ଷ ଲଲାଟ ରଂଜନ ସେଠିଙ୍କୁ ଦ୍ୱିତୀୟ ଥର ପାଇଁ କୋରାପୁଟ ଜିଲାର ଯୁବ ବିଜୁ ଜନତା ଦଳର ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି। ରାଜ୍ୟ ବିଜୁ ଜନତା ଦଳର ମୁଖିଆ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଚିଠି ଜରିଆରେ ଲଲାଟଙ୍କୁ ଜିଲା ବିଜୁ ଯୁବ ଜନତା ଦଳର ଜିଲା ସଭାପତି ଭାବେ ଦାୟିତ୍ୱ ଦେଇଛନ୍ତି। ପୂର୍ବରୁ ସେ ଏହି ପଦବୀରେ ଅବସ୍ଥାପିତ ହୋଇଥିଲେ ବି ରାଜ୍ୟ ବିଜେଡି ନେତୃବୃନ୍ଦ ପୁଣିଥରେ ଲଲାଟଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି l ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଲଲାଟଙ୍କୁ ଏହି ପଦବୀ ପାଇଁ ଯୋଗ୍ୟ ବିବେଚିତ ମନେ କରିଥିବା ବେଳେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ଲଲାଟଙ୍କ ପାଇଁ ଅଗ୍ନି ପରୀକ୍ଷା ସଦୃଶ୍ୟ ହେବ ବୋଲି ରାଜନୈତିକ ବିଶେଷଜ୍ଞ ମହଲରେ ମତ ପ୍ରକାଶ ପାଇଛ। ସେହିପରି ପୂର୍ବତନ ବିଧାୟକ ରଘୁରାମ ପଡାଲଙ୍କ ପୁଅ ଫିରୋଜ ପଡାଲଙ୍କୁ ଜିଲା ଛାତ୍ର ବିଜେଡି ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି।

Dharitri – Odisha’s No.1 Odia Daily

Share