କୋଟପାଡ଼,୧୬।୮(ରାଜଶେଖର):କୋରାପୁଟ ଜ଼ିଲା କୋରପାଡ଼ ଅଞ୍ଚଳରେ ସାରର ଅଭାବକୁ ନେଇ ଶନିବାର ଚାଷୀ ସମବାୟ ବିଭାଗ ଘେରାଉ ସହ କେନ୍ଦୁଗୁଡା ଛକ ଜାତୀୟ ରାଜପଥ ୬୩ ନମ୍ବର ଅବରୋଧ କରିଛନ୍ତି। ଦୀର୍ଘ ଦିନ ହେବ କୋରପାଡ଼ ଅଞ୍ଚଳରେ ସାର କଳା ବଜାର ହେଇ ଚଡା ଦରରେ ବିକ୍ରି ହେଉଥିବାବେଳେ ସରକାରୀ ଦରରେ ସମବାୟ ବିଭାଗ ଚାଷୀଙ୍କୁ ଯୋଗାଇ ଆସୁଛି l କିନ୍ତୁ ଆବଶ୍ୟକ ପରିମାଣରେ ଭିବାଗ ସାର ଯୋଗାଇ ପାରୁ ନ ଥିବା ବେଳେ ଚାଷୀ ବର୍ତ୍ତମାନ ରାଜରାସ୍ତାକୁ ଓହ୍ଲାଇଥିବାର ଜଣାପଡିଛି l ଗତ କିଛି ଦିନ ହେବ ସମବାୟ ବିଭାଗ ତରଫରୁ ପ୍ରତ୍ୟକ ଚାଷୀଙ୍କ ଆଧାର କାର୍ଡ ଅନୁଯାୟୀ ଦୁଇ ବସ୍ତା ସାର ଯୋଗାଉ ଦେଉଛି। କିନ୍ତୁ ଗତ ଆଠଦିନ ହେବ ଶତାଧିକ ଚାଷୀ ବିବାଗ କାର୍ଯ୍ୟଳୟ ଆସି ସକାଳରୁ ରାତ୍ର ନ ଘଣ୍ଟା ଧରି ଅପେକ୍ଷା କଲେ ସୁଦ୍ଧା ସାର ମିଳୁ ନ ଥିବାର ଅଭିଯୋଗ ହୋଇଛି। ବର୍ତ୍ତମାନ ସୁଦ୍ଧା ସାର ମିଳୁ ନ ଥିବାରୁ ୧୭ଟି ପଞ୍ଚାୟତରୁ ହଜାର ହଜାର ଚାଷୀ ଏକତ୍ରିତ ହେଇ ସମବାୟ ବିଭାଗ ଘେରାଉ ସହ ଜାତୀୟ ରାଜପଥ ଅବରୋଧ କରିଛନ୍ତି l