ହଷ୍ଟେଲରେ ଝୁଲୁଛି ଲାବ ଟେକ୍ନିସିଆନଙ୍କ ମୃତଦେହ

ବାଲେଶ୍ୱର,୨।୧୧(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଆଜିମାବାଦସ୍ଥିତ ଏକ ଘରୋଇ ହଷ୍ଟେଲରେ ରହୁଥିବା ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ମୃତ ଯୁବକ ହେଲେ ବାଲେଶ୍ୱର ହସ୍ପିଟାଲର ଲାବ ଟେକ୍ନିସିଆନ କଳିଙ୍ଗ ରାଉତ(୨୪) । ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରିଥିବା ବେଳେ ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ମୃତ ଯୁବକ କଳିଙ୍ଗଙ୍କ ଘର ବସ୍ତା ଥାନା ଗୁଡିଖାଳ ଅଞ୍ଚଳରେ ।ଖବର ପାଇ ସହଦେବଖୁଣ୍ଟା ଥାନା ପୋଲିସ ଶନିବାର ବିଳମ୍ବିତ ରାତିରେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ l ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସମ୍ପର୍କରେ ସହଦେବଖୁଣ୍ଟା ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।

Odisha’s No.1 Odia Daily