ହୃଦୟର ବ୍ୟଥା ବଖାଣିଲେ ପଞ୍ଜାବ ମାଲିକାଣୀ

ଆଇପିଏଲ ୨୦୨୦ର ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଛି। ମୁମ୍ବାଇ ଇଣ୍ଡିଆନ୍ସ, ସନରାଇଜର୍ସ ହାଇଦ୍ରାବାଦ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ‌ପ୍ଲେ ଅଫରେ ସ୍ଥାନ ପାଇଛନ୍ତି। ଏଥି ସହିତ ଚେନ୍ନାଇ ସୁପର କିଙ୍ଗ୍ସ, କିଙ୍ଗ୍ସ ଏକାଦଶ ପଞ୍ଜାବ, କେକେଆର ଏବଂ ରାଜସ୍ଥାନ ରୟାଲ୍ସର ଯାତ୍ରା ଲିଗ ରାଉଣ୍ଡରେ ଶେଷ ହୋଇଛି। ବାକି ଦଳ ଦୁବାଇରୁ ନି ନିଜ ଦେଶକୁ ଫେରୁଛନ୍ତି। ଚଳିତ ସିଜିନରେ ସର୍ବାଧିକ ଉତ୍‌ଥାନ-ପତନ ଦେଖିଥିବା ଦଳ ହେଉଛି କିଙ୍ଗ୍ସ ଏକାଦଶ ପଞ୍ଜାବ। ପ୍ଲେ ଅଫ୍‌ରୁ ପଞ୍ଜାବ ବିଦା ହେବାପରେ ଦଳର ମାଲିକାଣୀ ତଥା ଅଭିନେତ୍ରୀ ପ୍ରୀତି ଜିଣ୍ଟା ଟୁଇଟରରେ ଏକ ଭାବପ୍ରବଣ ବାର୍ତ୍ତା ଲେଖିଛନ୍ତି। ପ୍ରୀତି ଟୁଇଟରରେ ଦଳର ଫଟୋ ଶେୟାର କରି କ୍ୟାପସନରେ ଲେଖିଛନ୍ତି, ଆଇପିଏଲ ଏବଂ ୟୁଏଇକୁ ବିଦାୟ ଦେବାର ସମୟ ଆସିଛି। ଚଳିତ ସିଜିନରେ ଯାହା ଆମେ ଆଶା କରିଥିଲୁ ତାହା ହୋଇନାହିଁ, କିନ୍ତୁ ଆମେ ଭଲ ଏବଂ ଶକ୍ତିଶାଳୀ ହୋଇ ଆସନ୍ତା ବର୍ଷ ଆସିବୁ। ଅନେକ ରୋମାଞ୍ଚକ, ଉତ୍‌ଥାନ-ପତନ ଏବଂ ସ୍ମରଣୀୟ ମୁହୂର୍ତ୍ତ ଏଠାରେ ଅଛି। ଯାହା ଆମେ ଆଶା କରିଥିଲୁ, ଏହି ଯାତ୍ରା ଏତେ କମ୍‌ ଦିନ ନ ଥିଲା। ଏହା ସହ ପ୍ରୀତି ଆହୁରି କହିଛନ୍ତି, କିଙ୍ଗସ ଏକାଦଶ ପଞ୍ଜାବର ପ୍ରଶଂସକମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି, ଯେଉଁମାନେ ପ୍ରତ୍ୟେକ ଅସୁବିଧାରେ ଆମ ପାଖରେ ଠିଆ ହୋଇଛନ୍ତି। ଆପଣ ସମସ୍ତେ ଚମତ୍କାର ଏବଂ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଚଳିତ ଆଇପିଏଲ୍‌ରେ କେ.ଏଲ ରାହୁଲଙ୍କ ଅଧିନାୟକତ୍ୱରେ କିଙ୍ଗସ ଏକାଦଶ ପଞ୍ଜାବ ଦଳ ପ୍ରଥମ ୭ଟି ମ୍ୟାଚରୁ କେବଳ ଗୋଟିଏ ଜିତିଥିଲା ଏବଂ ପଏଣ୍ଟ ଟେବୁଲ ଶେଷରେ ଥିଲା। ଏହା ପରେ ଦଳ କ୍ରମାଗତ ୫ ଟି ମ୍ୟାଚ ଜିତିଥିଲା। ତେବେ ଲିଗ ଶେଷରେ ଗୋଟିଏ ମ୍ୟାଚ୍‌ ହାରି ପ୍ଲେ-ଅଫ୍‌ ଦୌଡରୁ ବାହାରି ଯାଇଥିଲା।