ଦେଶ ସ୍ବାଧୀନତାରେ କୁର୍ମି କ୍ଷତ୍ରିୟଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା, ଡିସେମ୍ବରରେ…

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଜିଲୁଣ୍ଡି ଅଞ୍ଚଳ ନିଖିଳ ଉତ୍କଳ କୁର୍ମି କ୍ଷତ୍ରିୟ ସଂସ୍ଥାର ସମ୍ମିଳନୀ ରବିବାର ବାଉଁଶଲୁଣ୍ଡିଠାରେ ଅନୁଷ୍ଟିତ ହୋଇଯାଇଛି। ଏଥିରେ ସଭାପତି ସରୋଜ କୁମାର ରାଉଳ ଅଧ୍ୟକ୍ଷତା କରିଥିଲେ । ଭଞ୍ଜନଗର ବିଧାୟକ  ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତିର କୃତୀ ଛାତ୍ରୀଛାତ୍ରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ ରାଜଧାନୀ ଭୁବନେଶ୍ୱରରେ କୂଳ ଘର ର୍ନିମାଣ ପାଇଁ ଜମି ଯୋଗାଇ ଦିଆଯିବ। ଏନେଇ ମୁଁ ମୁଖ୍ୟମନ୍ତ୍ରୀ ଏବଂ ରାଜସ୍ବ ମନ୍ତ୍ରୀଙ୍କ ସହ ଆଲୋଚନା କରିଛି। ଆଗାମୀ ଦିନରେ ତାହା କାର୍ଯ୍ୟକାରୀ ହେବ। ଭଞ୍ଜନଗର ଅଞ୍ଚଳରେ ମଧ୍ୟ ପ୍ରତ୍ୟେକ ଗ୍ରାମରେ କୂଳ ଘର କିଭଳି ନିର୍ମାଣ ହେବ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯିବ। ନାରୀ ନିର୍ଯାତନା, ଯୌତୁକ ନିର୍ଯାତନା ଯେଭଳି ନହେବ ସେଥିପ୍ରତି ସମସ୍ତେ ଦୃଷ୍ଟି ଦେବାକୁ ପଡିବ।
ଦେଶର ବିଭିନ୍ନ ରାଜ୍ୟରେ କୂର୍ମି କ୍ଷତ୍ରିୟ ଲୋକ ବସବାସ କରନ୍ତି। ଛତ୍ରପତି ଶିବାଜି ମହାରାଜ,ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ଭଳି ମହାନ ବ୍ୟକ୍ତି ଆମ କୂଳ ପାଇଁ ଗର୍ବ ଓ ଗୌରବର ବିଷୟ। ଦେଶ ସ୍ବାଧୀନତାରେ କୁର୍ମି କ୍ଷତ୍ରିୟଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ବୋଲି ବିଧାୟକ କହିଥିଲେ। କୂଳ ରେ ଆମ ସମସ୍ତେ ଏକାଠି। ଏଠି ରାଜନୀତି ନୁହେଁ ବୋଲି ମଧ୍ୟ ବିଧାୟକ କହିଥିଲେ। ଏହି ଅବସରରେ ବିଧାୟକଙ୍କୁ କୂଳ ପକ୍ଷରୁ ସମ୍ବର୍ଧନା ଦିଆଯାଇଥିଲା। ସଂପାଦକ ବୈଦ୍ୟନାଥ ପ୍ରଧାନ ବିବରଣୀ ପାଠ କରିଥିଲେ। ସରକାରୀ ଓକିଲ ରାଜେନ୍ଦ୍ର ପ୍ରଧାନ, ଦିବାକର ନାୟକ, ପୁର୍ବତନ ବ୍ଲକ ଅଧକ୍ଷ ଭବାନୀ ଶଙ୍କର ପ୍ରଧାନ, ନେତାଜୀ ବିଷୋୟୀ, ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ସଭାରେ ଅଞ୍ଚଳର ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ। ଏହାପରେ ବନ ବିଭାଗ ଡାକ ବଙ୍ଗଳାରେ ନିଖିଳ ଉତ୍କଳ କୂର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ଏକ ବୈଠକ ହୋଇଥିଲା। ଏଥିରେ ପ୍ରଦେଶ ସଂସ୍ଥାର ସଭାପତି ସୂର୍ଯ୍ୟ ନାରାୟଣ ପ୍ରଧାନ ଅଧ୍ୟକ୍ଷତା କରିଥିଲେ।
ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆସନ୍ତା ଡିସେମ୍ବର ମାସରେ ହେବାକୁ ଥିବା ପ୍ରଦେଶ ସଂସ୍ଥାର ମହାସଭା ସମ୍ମିଳନୀ ସଫଳ ପାଇଁ ସବୁ ପ୍ରକାର ସହାୟତା ଯୋଗାଇ ଦେବୀ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସମ୍ପାଦକ ବିଶ୍ୱନାଥ ରାଉତ, ଗଙ୍ଗାଧର ନାୟକ, ପଠାଣି ଭଞ୍ଜ, କଂଗ୍ରେସ ପ୍ରଧାନ, ବଂଶୀଧର ନାୟକ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ପ୍ରଦେଶ ସଂସ୍ଥାର ସମ୍ମୀଳନୀରେ ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ କର୍ମକର୍ତ୍ତା ଯୋଗଦେବେ। ତେଣୁ ହଜାର ହଜାର ଲୋକ ରହିଲା ଭଳି ବ୍ୟବସ୍ଥା ହେବ। ତିଲିସିଙ୍ଗିରେ ପ୍ରଦେଶ ସମ୍ମିଳନୀ ହେବ। ତେଣୁ ଏନେଇ ଆଜି ଏକ ୧୫ ଜଣିଆ କମିଟି ଗଠନ କରାଯାଇଥିଲା । ଉକ୍ତ କମିଟି ଆସନ୍ତା ୪ ତାରିଖରେ ଭଞ୍ଜନଗର ବ୍ଲକ ତିଲିସିଙ୍ଗି ଗସ୍ତ କରି ଭିତ୍ତିଭୂମି ବୁଲି ଦେଖିବା ପାଇଁ ଆଜିର ବୈଠକରେ ନିଷ୍ପତ୍ତି ହୋଇଥିଲା।

Share
Tags: odisha