ଚିହ୍ନନ୍ତୁ କିଏ? ପ୍ରଥମେ ଶିଶୁ କଳାକାରରୁ ଷ୍ଟାର; ଆଜି ନବାବଙ୍କ ଘରର ଜ୍ୱାଇଁ

ବମ୍ବେ: ବଲିଉଡ୍‌ରେ ଅନେକ ଷ୍ଟାର ଏମିତି ଅଛନ୍ତି ଯେଉଁମାନେ ପିଲାଟିଦିନରୁ ଅଭିନୟ ସହ ଜଡ଼ିତ। ସେଭଳି ଜଣେ ହେଲେ କୁନାଲ ଖେମୁ। ତାଙ୍କ ବାପା ମଧ୍ୟ ଜଣେ ଅଭିନେତା ଥିବାରୁ କୁନାଲ ଅଭିନୟରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଆମିର ଖାନ୍‌ଙ୍କ ସୁପରହିଟ୍‌ ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’ରେ ସେ ଜଣେ ଶିଶୁ କଳାକାର ଭାବେ ନଜର ଆସିଥିଲେ। ଏହାପରେ ସେ ଅନେକ ଫିଲ୍ମରେ ନଜର ଆସିଛନ୍ତି। ସେଥିମଧ୍ୟରେ ‘ଜକ୍ଷ୍ମ, ଭାଇ, ହମ ହେ ରାହି ପ୍ୟାର କେ, କଲୟୁଗ, ଗୋଲମାଲ ୩’ ଭଳି ଫିଲ୍ମ ରହିଛି।

୨୦୦୫ରେ ‘କଲୟୁଗ’ ଫିଲ୍ମ ଜରିଆରେ ବଲିଉଡ୍‌ରେ ନାୟକ ଭାବେ ଡେବ୍ୟୁ କରିଥିଲେ କୁନାଲ। ବ୍ୟକ୍ତିଗତ ଜୀବନ ଦେଖିଲେ ସେ ନବାବ ପରିବାରର ଜ୍ୱାଇଁ। ସୈଫ ଅଲ୍ଲୀ ଖାନଙ୍କ ଭଉଣୀ ସୋହା ଅଲ୍ଲୀ ଖାନଙ୍କୁ ସେ ବିବାହ କରିଛନ୍ତି। ଉଭୟ ବି-ଟାଉନ୍‌ର ସବୁଠାରୁ ସଫଳ ଯୋଡ଼ି ମଧ୍ୟରୁ ଅନ୍ୟତମ। ବୟସାଗତ ପ୍ରାର୍ଥକ୍ୟ ସତ୍ତ୍ୱେ ୨୦୧୬ରେ ସେମାନେ ବିବାହ କରିଥିଲେ। ଏବେ ଉଭୟଙ୍କ ଏକ ଝିଅ ଅଛି।