Video: ଶ୍ରୀଲଙ୍କା ଯିବା ପୂର୍ବରୁ ବାଗେଶ୍ୱର ଧାମ ସରକାରଙ୍କ ଆଶୀର୍ବାଦ ନେଲେ କୂଲଦୀପ

ନୂଆଦିଲ୍ଲୀ,୨୩।୭: ଭାରତୀୟ ଟି୨୦ ଟିମ୍‌ ଶ୍ରୀଲଙ୍କାରେ ପହଞ୍ଚି ସାରିଛି। ସେହିଭଳି କିଛି ଖେଳାଳି ଦିନିକିଆରେ ଚୟନ ହୋଇଥିବାରୁ ସେମାନେ ଖୁବ୍‌ଶୀଘ୍ର ପହଞ୍ଚିବେ। ଉକ୍ତ ଖେଳାଳିଙ୍କ ମଧ୍ୟରୁ ଜଣେ ହେଲେ କୂଲଦୀପ ଯାଦବ, ଯିଏକି ଶ୍ରୀଲଙ୍କା ଗସ୍ତରେ ଯିବା ପୂର୍ବରୁ ନିଜ ଗୁରୁଙ୍କୁ ପ୍ରଣାମ କରିଛନ୍ତି। ଗୁରୁ ପୂର୍ଣ୍ଣିମା ଅବସରରେ ବାଗେଶ୍ୱର ଧାମ ସରକାରଙ୍କ ଆଶ୍ରମରେ ପହଞ୍ଚି ତାଙ୍କ ଆଶୀର୍ବାଦ ନେଇଛନ୍ତି।

କୂଲଦୀପଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ସେ ବାଗେଶ୍ୱର ଧାମ ସରକାରଙ୍କୁ ପ୍ରଣାମ କରି ତାଙ୍କ ଆଶୀର୍ବାଦ ନେଉଛନ୍ତି। ତେବେ ଗୁରୁ ପୂର୍ଣ୍ଣିମା ଅବସରରେ ବାଗେଶ୍ୱର ଧାମରେ ଜୁଲାଇ ୧୮ରୁ ଜୁଲାଇ ୨୨ ଯାଏ ଏକ ସ୍ବତନ୍ତ୍ର ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ କୂଲଦୀପ ନିଜ ପରିବାର ସହ ପହଞ୍ଚିଥିଲେ।

ପୂର୍ବରୁ ମଧ୍ୟ ଅନେକେ ଥର କୂଲଦୀପ ବାଗେଶ୍ୱର ଧାମ ଯାଇ ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ଭେଟିଥିଲେ। ଏହାର ଫଟୋ ସାମ୍ନାକୁ ଆସିଥିଲା। ଫଟୋରୁ ତାଙ୍କର ବିଶ୍ୱାସ ଅଧିକ ବୋଲି ସ୍ପଷ୍ଟ ହୋଇଥିଲା।

Share
Tags: Sports News