CHARLESTON, SOUTH CAROLINA - APRIL 11: Veronika Kudermetova of Russia poses with the winner's trophy after defeating Danka Kovinic of Montenegro during the final of the Volvo Car Open at LTP Daniel Island Tennis Center on April 11, 2021 in Charleston, South Carolina. (Photo by Matthew Stockman/Getty Images)
ଚାଲର୍ସଟନ, ୧୩ା୪ (ଏପି)-ରୁଷିଆର ଭେରୋନିକା କୁଦରମେତୋଭା କ୍ଲେ-କୋର୍ଟରେ ତାଙ୍କର ପ୍ରଥମ ଡବ୍ଲ୍ୟୁଟିଏ ଟାଇଟଲ ହାସଲ କରିଛନ୍ତି। ଭଲଭୋ କାର୍ ଓପନ ଟେନିସ ପ୍ରତିଯୋଗିତାର ମହିଳା ସିଙ୍ଗଲ୍ସ ଫାଇନାଲରେ ସେ ଡାନ୍କା କୋଭିନିକ୍ଙ୍କୁ ୬-୪, ୬-୨ ସେଟ୍ରେ ହରାଇ ଦେଇଛନ୍ତି। ସିଜନର ଏହି ପ୍ରଥମ କ୍ଲେକୋର୍ଟ ଟୁର୍ନାମେଣ୍ଟରେ ୨୩ ବର୍ଷୀୟା କୁଦରମେତୋଭା ତାଙ୍କ ୬ଟି ମ୍ୟାଚ୍ରେ ଗୋଟିଏ ହେଲେ ସେଟ୍ ଡ୍ରପ୍ କରି ନ ଥିଲେ। ତାଙ୍କ ପୂର୍ବରୁ ଏହି ସଫଳତା ସେରେନା ଓ୍ବିଲିୟମ୍ସ ୨୦୧୨ରେ ହାସଲ କରିଥିଲେ। ଚାମ୍ପିୟନ ହିସାବରେ କୁଦରମେତୋଭାଙ୍କୁ ଟ୍ରଫି ବ୍ୟତୀତ ଏକ ନୂଆ ଭଲଭୋ ଏସୟୁଭି କାର୍ ପୁରସ୍କାର ଆକାରରେ ଦିଆଯାଇଥିଲା। ସୂଚନାଯୋଗ୍ୟ, ୨୦୧୬ ପରେ ୨୬ ବର୍ଷୀୟା କୋଭିନିକ୍ଙ୍କର ଏହାଥିଲା ପ୍ରଥମ ଫାଇନାଲ।