ଗଞ୍ଜାମ,୭।୯(ବିଦ୍ୟାଧର ସାହୁ): ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଚେୟାରମ୍ୟାନ କପ୍୨୦୨୪/୨୫ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ରହ୍ମପୁର ନାଳନ୍ଦା ଶ୍ରୀ ବିଜ୍ଞାନ ମହାବିଦ୍ୟାଳୟ ଛାତ୍ରୀ କ୍ଷୀରାବ୍ଧୀ ମିଶ୍ର ସମଗ୍ର ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରି ଜିଲା ଓ କଲେଜ ପାଇଁ ଗୌରବ ଆଣିଛନ୍ତି। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଭୁବନେଶ୍ୱର ଠାରେ ୪୩ ତମ ପ୍ରତିଷ୍ଠା ପାଳନ ଅବସରରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚେୟାରମ୍ୟାନ କପ୍ ପ୍ରଦାନ ସହ ଅର୍ଥରାଶି ପୁରସ୍କୃତ କରିଥିଲେ। ଓଡିଶା ଦକ୍ଷିଣାଞ୍ଚଳ ଜୋନର କ୍ଷୀରାବ୍ଧୀ ଓଡ଼ଶାରେ ପ୍ରଥମସ୍ଥାନ ଅଧିକାର କରିଥିବାରୁ ଶୁଭେଚ୍ଛା ଜଣାଇଥିଲେ ଗଣଶିକ୍ଷାମନ୍ତ୍ରୀ। ପିତାମାତାଙ୍କ ଆଶୀର୍ବାଦ ଓ ଅଧ୍ୟାପିକା/ଅଧ୍ୟାପକଙ୍କ ପ୍ରେରଣା ଯୋଗୁ ଏହି ସଫଳତା ପାଇଥିବା କ୍ଷୀରାବ୍ଧୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମହାବିଦ୍ୟାଳୟ ଅଧ୍ୟକ୍ଷ ମନୋଜ କୁମାର ସାହୁ, ପ୍ରତିଷ୍ଠାତା କାଳିଚରଣ ସାହୁ ଏବଂ ଉପଦେଷ୍ଟା ଉମାକାନ୍ତ ପାତ୍ରଙ୍କ ସମେତ ସମସ୍ତ ଅଧ୍ୟାପିକା, ଅଧ୍ୟାପକ କ୍ଷୀରାବ୍ଧୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି ।