Prasidh Krishna of India and Krunal Pandya of India during the 1st One Day International match between India and England held at the Maharashtra Cricket Association Stadium, Pune, India on the 23rd March 2021 Photo by Pankaj Nangia / Sportzpics for BCCI
ପୁଣେ,୨୪।୩: ପଦାର୍ପଣରେ ୩୦ ବର୍ଷୀୟ ଭାରତୀୟ ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା ଦ୍ରୁତତମ ଅର୍ଦ୍ଧଶତକ ହାସଲ କରି ରେକର୍ଡ କରିଛନ୍ତି। ୭ ନମ୍ବରରେ ବ୍ୟାଟିଂ କରିବାକୁ ଆସି କୃନାଲ ୨୬ଟି ବଲ୍ ଖେଳି ଅର୍ଦ୍ଧଶତକ ଅର୍ଜନ କରିଥିଲେ। ଏହି କ୍ରମରେ ସେ ନ୍ୟୁଜିଲାଣ୍ଡର ଜନ ମୋରିସଙ୍କ ରେକର୍ଡ ଭାଙ୍ଗିଛନ୍ତି। ମୋରିସ ୩୫ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ। କୃନାଲ ମୋଟ ଉପରେ ୩୧ଟି ବଲ୍ ଖେଳି ୭ ଚୌକା ଓ ୨ ଛକା ସହ ୫୮ ରନକରି ଅପରାଜିତ ରହିଥିଲେ। ଅର୍ଦ୍ଧଶତକ ହାସଲ ପରେ କୃନାଲ କାନ୍ଦି ପକାଇଥିଲେ। ସାନଭାଇ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କୁ ଇଣ୍ଡିଆ କ୍ୟାପ୍ ପ୍ରଦାନ କରିଥିଲେ। ଏହି ଅବସରରେ ଦୁଇ ଭାଇ ବେଶ୍ ଭାବପ୍ରବଣ ହୋଇଥିଲେ। ଏହି ସଫଳତାକୁ ସେ ସ୍ବର୍ଗତ ପିତା ହିମାଂଶୁଙ୍କୁ ଉତ୍ସର୍ଗ କରିଛନ୍ତି। କମେଣ୍ଟେଟର ମୁରଲୀ କାର୍ତ୍ତିକ ତାଙ୍କର ସାକ୍ଷତ୍କାର ନେଉଥିବା ବେଳେ କୃନାଲ ପିତାଙ୍କ କଥା ମନେପକାଇ ବେଶ୍ ଭାବବିହ୍ବଳ ହୋଇଥିଲେ। ଗତ ଜାନୁୟାରୀରେ ଦୁଇ ଭାଇ ପିତାଙ୍କୁ ହରାଇଥିଲେ।