Categories: Home Leftଖେଳ

ବିଶାଳ ଟାର୍ଗେଟ ଛିଡ଼ା କଲା ଭାରତ

ପୁଣେ,୨୩।୩: ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଆଗରେ ୩୧୮ ରନ୍‌ର ବିଶାଳ ଟାର୍ଗେଟ ଛିଡ଼ା କରିଛି ଟିମ୍‌ ଇଣ୍ଡିଆ। ଶିଖର ଧାଓ୍ବନ, ଅଧିନାୟକ ବିରାଟ କୋହଲି, ଲୋକେଶ ରାହୁଲ ଓ କ୍ରୁନାଲ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଭାରତ ଧାର୍ଯ୍ୟ ୫୦ ଓଭରରେ ୫ ଉଇକେଟ ହରାଇ ୩୧୭ ରନ୍‌ କରିପାରିଛି। ମାତ୍ର ୨ ରନ୍‌ ବ୍ୟବଧାନରେ କ୍ୟାରିୟର ୧୮ତମ ଶତକରୁ ଧାଓ୍ବନ ବଞ୍ଚିତ ହୋଇଥିବାବେଳେ ମ୍ୟାଚ୍‌ରେ ପଦାର୍ପଣ କରିଥିବା କ୍ରୁନାଲ ଖେଳିଥିଲେ ୫୮ ରନ୍‌ର ଅପରାଜିତ ପାଳି। ତାଙ୍କ ବ୍ୟତୀତ ରାହୁଲ ୬୨ ଓ ଅଧିନାୟକ କୋହଲି ୫୬ ରନ୍‌ର ଯୋଗଦାନ ଦେଇଥିଲେ। ଇଂଲଣ୍ଡ ପକ୍ଷରୁ ବେନ ଷ୍ଟୋକ୍ସ ହାତେଇଥିଲେ ସର୍ବାଧିକ ୩ ଉଇକେଟ।