ଜୟଙ୍କ ପାଇଁ ମଇଦାନରେ କୃଷ୍ଣ ମହାପାତ୍ର:ଢ଼ୋଲକିଆଙ୍କୁ ଜିତାଇବାକୁ…

ନୂଆପଡ଼ା,୧ା୧୧(ମକାରୁ ବେମାଲ): ଖରିଆର ରୋଡ୍‌ ଏନ୍‌ଏସିର ୧୬ ଓ ୧୭ ନମ୍ବର ୱାର୍ଡରେ ପଦଯାତ୍ରା କରି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଜିତେଇବା ପାଇଁ ଭୋଟରଙ୍କୁ ନିବେଦନ କରିଛନ୍ତି। ଏହି ଏନ୍‌ଏସିକୁ ଏକ ବିକଶିତ ସହରରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ସେଥିପାଇଁ ଏନ୍‌ଏସିବାସୀଙ୍କ ସମର୍ଥନ ସରକାରଙ୍କୁ ଦରକାର ବୋଲି ମନ୍ତ୍ରୀ ମହାପାତ୍ର କହିଛନ୍ତି। ଏହି ଅବସରରେ ସେ ଭାଜପା ପ୍ରାର୍ଥୀଙ୍କୁ ପଦ୍ମଫୁଲ ଚିହ୍ନରେ ବିପୁଳ ପରିମାଣରେ ଭୋଟ ଦେଇ ଜିତାଇ ଆଣିବାକୁ ଭୋଟରମାନଙ୍କୁ ନିବେଦନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସହ ସାଂସଦ ସୁକାନ୍ତ ପାଣିଗ୍ରାହୀ ଓ ଖରିଆର ରୋଡ୍‌ ଏନ୍‌ଏସି ପୌରାଧ୍ୟକ୍ଷା ଡ. ସୋନିଆ ଜେନ ଘରଘର ବୁଲି ପ୍ରଚାର କରିଥିଲେ।

Dharitri – Odisha’s No.1 Odia Daily

Share
Tags: bjp