Paris: Czech Republic's Barbora Krejcikova, right, and compatriot Katerina Siniakova hold the cup after defeating USA's Bethanie Mattek-Sands and Poland's Iga Swiatek in their women's doubles final match of the French Open tennis tournament at the Roland Garros stadium Sunday, June 13, 2021 in Paris. AP/PTI Photo(AP06_13_2021_000136B)
ପ୍ୟାରିସ, ୧୪।୬-ଚେକ୍ ରିପବ୍ଲିକ୍ର ବାର୍ବୋରା କ୍ରେଜିକୋଭା ରବିବାର ଶେଷ ହୋଇଥିବା ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସରେ ଡବଲ ଟାଇଟଲ ବିଜୟୀ ହୋଇଛନ୍ତି। ପୂର୍ବରୁ ମହିଳା ସିଙ୍ଗଲ୍ସ ଚାମ୍ପିୟନ ହୋଇଥିବା ଏହି ଚେକ୍ ଖେଳାଳି ମହିଳା ଡବଲ୍ସରେ ମଧ୍ୟ ଟାଇଟଲ ହାସଲ କରିଛନ୍ତି। ଅନ୍ୟତମ ଚେକ୍ ଖେଳାଳି କାଟରିନା ସିନିକୋଭାଙ୍କୁ ସାଥିକରି ସେ ମହିଳା ଡବଲ୍ସ ଫାଇନାଲରେ ପୋଲାଣ୍ଡର ଇଗା ସ୍ବିଟେକ ଓ ଆମେରିକାର ବେଥାନି ମାଟେକ-ସାଣ୍ଡ୍ସ ଯୋଡ଼ିଙ୍କୁ ୬-୪, ୬-୨ ସେଟ୍ରେ ପରାସ୍ତ କରିଛନ୍ତି। ପୂର୍ବରୁ ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ଫାଇନାଲରେ କ୍ରାଜିସେକ୍ ରୁଷିଆର ଆନାସ୍ତାସିଆ ପାଭ୍ଲ୍ୟୁଚେଙ୍କୋଭାଙ୍କୁ ୬-୧, ୨-୬, ୬-୪ ସେଟ୍ରେ ହରାଇ ଚାମ୍ପିୟନ ହୋଇଥିଲେ। ପୂର୍ବରୁ କ୍ରେଜିକୋଭା ମହିଳା ଡବଲ୍ସରେ ୨୦୧୮ରେ ଫ୍ରେଞ୍ଚ୍ ଓପନ ଏବଂ ଓ୍ବିମ୍ବେଲଡନ ଓପନ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଥିଲେ। ମିକ୍ସଡ ଡବଲ୍ସରେ ମଧ୍ୟ ସେ ୨୦୧୯, ୨୦୨୦ ଏବଂ ୨୦୨୧ରେ ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିଲେ। ତେବେ ଏଥର ସେ ପ୍ରଥମଥର ପାଇଁ ସିଙ୍ଗଲ୍ସ ଟାଇଟଲ ହାସଲ କରିବାର ସ୍ବାଦ ପାଇଛନ୍ତି।