ବ୍ରହ୍ମପୁର ଆଇନଜୀବୀଙ୍କୁ ହତ୍ୟା ପ୍ରତିବାଦରେ କୋରାପୁଟ ଆଇନଜୀବୀଙ୍କ କଲମ ଛାଡ଼ ଆନ୍ଦୋଳନ

କୋରାପୁଟ,୮ା୧୦(ଅମିତାଭ ବେହେରା): ବ୍ରହ୍ମପୁରର ବିଶିଷ୍ଟ ସମାଜସେବୀ ତଥା ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳିକରି ହତ୍ୟା ପ୍ରତିବାଦରେ ବୁଧବାର କୋରାପୁଟ ବାର୍‌ ଆସୋସିଏଶନ ପକ୍ଷରୁ କଲମ ଛାଡ଼ ଆନ୍ଦୋଳନ, ଶୋକସଭା, କୋର୍ଟ ସମ୍ମୁଖ ଠିଆ ହୋଇ ପ୍ରତିବାଦ କରିଛନ୍ତି
ଓଡ଼ିଶା ରାଜ୍ୟ ବାର୍‌ କାଉନସିଲ। କଲମ ଛାଡ଼ ଆନ୍ଦୋଳନ ଡାକରାକୁ ସମର୍ଥନ କରି କୋରାପୁଟ ବାର୍‌ ଆସୋସିଏଶନ୍‌ର ଅନୁରୂପ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା। ସଂଘର ସଭାପତି ପ୍ରଭାତ ମହାପାତ୍ରଙ୍କ ନେତୃତ୍ୱରେ ସଂଘର ସମ୍ପାଦକ ସୁନୀଲ କୁମାର ଜେନା, ଉପସଭାପତି କୃଷ୍ଣଚନ୍ଦ୍ର ସିଂ, କୋଷାଧ୍ୟକ୍ଷ କାମାକ୍ଷା ପ୍ରସାଦ ମାଝୀ, ବରିଷ୍ଠ ଆଇନଜୀବୀ ଜୟନ୍ତ ମିଶ୍ର, ଚନ୍ଦ୍ରଶେଖର ତ୍ରିପାଠୀ, ରୂପକ କୁମାର ତୁରୁକ, ପ୍ରଶାନ୍ତ ପାତ୍ର, ଏନ ଗୋବିନ୍ଦା, ସୀମା ମିଶ୍ର, ସରୋଜ ପଟ୍ଟନାୟକ, ମନୋରଞ୍ଜନ ରାଉତରାୟ, ପ୍ରଶାନ୍ତ ମିଶ୍ର, ବୁବୁ ପଟ୍ଟନାୟକ,ଅଜିତ ସାହୁ, ବିଦ୍ୟାଧର ସାହୁ, କମଳ ଖୁରା, ତାରିଣୀ ପାତ୍ର, ସୁଜାତା ନାୟକ, ରଶ୍ମିତା ଦାସଙ୍କ ସମେତ ଶତାଧିକ ଆଇନଜୀବୀ ଆନ୍ଦୋଳନର ସାମିଲ ଥିଲେ। ଏହି ଅବସରରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତମାନଙ୍କୁ ଗିରଫ, ମୃତ ଆଇନଜୀବୀଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ ନେଇ ଆଇନଜୀବୀମାନେ ଦାବି କରିଥିଲେ।

Dharitri – Odisha’s Leading and Most Trusted Odia Newspaper