କୋରାପୁଟ ଜିଲାରେ ୭୮୦ ମିମି ବର୍ଷା, କୋଟପାଡ଼ରେ ସର୍ବାଧିକ…

କୋରାପୁଟ,୧ା୭(ଅମିତାଭ ବେହେରା)-କୋରାପୁଟ ଜିଲାରେ ମଙ୍ଗଳବାର ୭୮୦ ମି.ମି ବର୍ଷା ହୋଇଥିବା ବେଳେ କୋଟପାଡ଼ ବ୍ଲକ୍‌ରେ ସର୍ବାଧିକ ୯୭ ମି.ମି ବର୍ଷା ହୋଇଛି। ପଟ୍ଟାଙ୍ଗି ବ୍ଲକ୍‌ରେ ୨୦.୪ ମି.ମି, ବୈପାରୀଗୁଡାରେ ୯୧ ମି.ମି, ସେମିଳିଗୁଡାରେ ୪୩ ମି.ମି, ନନ୍ଦପୁରରେ ୭୦ ମି.ମି, ଦଶମନ୍ତପୁରରେ ୭୨ ମି.ମି, ନାରାୟଣପାଟଣାରେ ୧୦.୪ ମି.ମି, ଲକ୍ଷ୍ମୀପୁରରେ ୪୧.୨ ମି.ମି, କୋରାପୁଟରେ ୬୮.୪ ମି.ମି, ଜୟପୁରରେ ୯୩.୪ ମି.ମି, ଲମତାପୁଟରେ ୭୯ ମି.ମି, କୁନ୍ଦୁରାରେ ୬୩ ମି.ମି, ବନ୍ଧୁଗଁାରେ ୧୨ ମି.ମି ଓ ବୋରିଗୁମାରେ ୨୯.୨ ମିମି ବର୍ଷା ହୋଇଥିବା ହୋଇଥିବା ଜିଲା ଜରୁରୀ ଅଧିକାରୀ ସୁବ୍ରତ ସାହୁ କହିଛନ୍ତି। କୋରାପୁଟ ସହରର ଟିକିରା ସାହି ଅଞ୍ଚଳରେ ୨ଟି ଘର ଭାଙ୍ଗିଯାଇଥିବା ଜଣାପଡ଼ିଛି। ଏନେଇ ଜିଲା ଜରୁରୀ ବିଭାଗ ପାଖରେ କୌଣସି ସୂଚନା ନ ଥିବା ଜଣାପଡ଼ିଛି।

Share