ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ କୋରାପୁଟ ଜିଲା ଭାଜପା ନେତୃବୃନ୍ଦ

କୋରାପୁଟ,୨୦।୩(ଅମିତାଭ ବେହେରା): ଗୁରୁବାର କୋରାପୁଟ ଭାଜପା ତରଫରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ୧୬ ଦଫା ଅନୁରୋଧ ପତ୍ର ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି, କୋରାପୁଟ ଜିଲା ପ୍ରଭାରୀ ଗୋକୁଳାନନ୍ଦ ମଲ୍ଲିକ,କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ ବିଧାୟକ ରୁପୁ ଭତ୍ରା, ଜିଲା ଭାଜପା ସଭାପତି ଶିବ ମୁଦୁଲି, ପୂର୍ବତନ ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ, କୋରାପୁଟ ଏମପି ପାର୍ଥି କାଳୀରମ ମାଝୀ, ଜୟପୁର ବିଧାୟକ ପାର୍ଥୀ ଗୌତମ ସାମନ୍ତରାୟ, ଜିଲା ଲ୍ଲା ମିଡ଼ିଆ ସଂଯୋଜକ ବଦ୍ରୀ ନାରାୟଣ ପାତ୍ରଙ୍କ ସମେତ ଜିଲାର ବରିଷ୍ଠ ବିଜେପି ନେତା ଜୟରାମ ଗରଡ଼ା, ଅଗସ୍ତି ହାଲବା, ତ୍ରିନାଥ ପଣ୍ଡା, ଦେବେନ୍ଦ୍ର ମହାନ୍ତି, ହିମାଂଶୁ ମହାପାତ୍ର, ସାହେବ ଖିଲ, ଜଳେନ୍ଦ୍ର ଖିଲ , ଉଦୟ ହିକକା, ନକୁଳ ବିଶୋଇ, ରାଜେନ୍ଦ୍ର ସାହୁ ଓ ଅନ୍ୟାନ୍ୟ ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ପ୍ରଦାନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଏହି ସମସ୍ତ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଯଥା ଶୀଘ୍ର ସମସ୍ତ କାର୍ଯ୍ୟକୁ ସମାପ୍ତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ବିଶେଷ କରି କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ରେ ଥିବା ଅବ୍ୟବସ୍ଥା କୁ ଯଥା ଶୀଘ୍ର ସମାଧାନ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି। ତାହା ସଂଗେ ସଂଗେ ଜୟପୁର ବିମାନ ବନ୍ଦରରେ ଉନ୍ନତି କରଣ ତଥା ଜୟପୁର ରୁ ୭୨ ସିଟ ବିଶିଷ୍ଟ ଉଡାଜାହାଜ ଚାଲୁ କରିବା ନିମନ୍ତେ ସମ୍ମତି ପ୍ରଦାନ। ଏବଂ କୋରାପୁଟରୁ ଭୁବନେଶ୍ୱର ଦିନ ବେଳା ଟ୍ରେନ ଚଳା ଚଳ ପାଇଁ ସମ୍ମତି ପ୍ରଦାନ କରିଛନ୍ତି। ଏବଂ କୋରାପୁଟ ଜିଲାରେ ଖାଲି ଥିବା ସମସ୍ତ ସରକାରୀ ପଦ ପଦଵୀ ଗୁଡିକ ଯଥା ଶୀଘ୍ର ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Share
Tags: koraput bjp