ରାମନବମୀ ନେଇ ଚଳଚଞ୍ଚଳ କୋରାପୁଟ ସହର:  ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ…  

କୋରାପୁଟ,୨୫।୩(ଅମିତାଭ ବେହେରା ): ଆସନ୍ତା ୨୭ ତାରିଖରେ ପବିତ୍ର ରାମ ନବମୀ ଉତ୍ସବ ପାଳନ କରାଯିବାକୁ ଥିବାବେଳେ ଏ ନେଇ କୋରାପୁଟ ସହରରେ ବ୍ୟାପକ ପ୍ରସ୍ତୁତି ଚାଲିଛି। କୋରାପୁଟ ସହରର ଶାବର ଶ୍ରୀକ୍ଷେତ୍ର ମନ୍ଦିର ଛକ, ପୂଜାରୀପୁଟ ରାମ ମନ୍ଦିର, ଗାନ୍ଧିନଗର ଛକ, ଗୁଣ୍ଡିଚା ଛକ, ଟ୍ରାଫିକ ଛକ, ବସଷ୍ଟାଣ୍ଡ, କଳାନିକେତନ ଛକ, ଡିଏନକେ ଛକ ଆଦି ବିଭିନ୍ନ ମୁଖ୍ୟ ଅଞ୍ଚଳରେ  ଗେରୁଆ  ପତାକା ସହ ପ୍ରଭୁ ଶ୍ରୀରାମ, ହନୁମାନ ବଡ଼ ବଡ଼ ପୋଷ୍ଟର ମାନ ମରାଯାଇଛି।
ଏ ନେଇ ସହର ସବୁଆଡେ ଗେରୁଆମୟ ହୋଇଛି। କୋରାପୁଟ ଶ୍ରୀ ରାମ ନବମୀ ଆୟୋଜକ କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ଜୋର ସୋରରେ   ଚାଲିଛି  ବୋଲି ସଂପାଦକ ସନ୍ତୋଷ ଜେନା କହିଛନ୍ତି।
ସୂଚନା ଥାଉକି ଯେ ଆସନ୍ତା ୨୭ ତାରିଖ ପବିତ୍ର ରମାନବମୀ ଦିନ ଅପରାହ୍ନରେ କୋରାପୁଟ ସହରରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହେବ। ସହରର ସ୍ଥାନୀୟ ଗାନ୍ଧିନଗର ହନୁମାନ ମନ୍ଦିର ଠାରୁ ଏହି ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଶେଷରେ ସହରର ପୂଜାରୀପୁଟ ରାମ ମନ୍ଦିର ଠାରେ ଶେଷ ହେବ। ଏହି ଶୋଭାଯାତ୍ରାରେ ବିଭିନ୍ନ ଗ୍ରାମରୁ ୩ ଶହର ଉର୍ଦ୍ଧ୍ୱ କୀର୍ତ୍ତନମଣ୍ଡଳୀ ସହ ୧୦ ହଜାରରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହେବ ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି।
Dharitri – Odisha’s No.1 Odia Daily

Share