Categories: Home Leftଖେଳ

ଆଇପିଏଲ-୧୪: କୋଲକାତା, ଅହମ୍ମଦାବାଦ ସମେତ ୫ଟି ଭେନ୍ୟୁ ଚୂଡ଼ାନ୍ତ

ମୁମ୍ବାଇ,୨୭।୨: ସମ୍ଭବତଃ ଭାରତରେ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୪ତମ ସଂସ୍କରଣ ଲାଗି ମୁମ୍ବାଇକୁ ଏପର୍ଯ୍ୟନ୍ତ ଚୂଡ଼ାନ୍ତ କରାଯାଇନାହିଁ। ଲିଗ୍‌ର ସମସ୍ତ ଫ୍ରାଞ୍ଚାଇଜ ସହ ଶୁକ୍ରବାର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଆଲୋଚନା କରି ଏପ୍ରିଲ ୧୦ ତାରିଖରୁ ଆରମ୍ଭ ହେବାକୁ ଥିବା ଲିଗ୍‌ ପାଇଁ ୫ଟି ଭେନ୍ୟୁ ଚୂଡ଼ାନ୍ତ କରାଯାଇଛି। ଭେନ୍ୟୁ ତାଲିକାରେ ଚେନ୍ନାଇ, କୋଲକାତା, ଅହମ୍ମଦାବାଦ, ବାଙ୍ଗାଲୋର ଓ ଦିଲ୍ଲୀକୁ ରଖାଯାଇଛି। ମୁମ୍ବାଇକୁ ମଧ୍ୟ ବ୍ୟବହାର କରାଯାଇପାରେ। ଏ ସମ୍ପର୍କରେ ମହାରାଷ୍ଟ୍ର ସରକାରଙ୍କ ସହ ଆଲୋଚନା ଚାଲିଛି। ଦେଶରେ କରୋନାର ଦ୍ୱିତୀୟ ଲହରି ଫେରିଥିବାରୁ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହାରାଷ୍ଟ୍ର ସରକାର ଅନୁମତି ଦେବାକୁ ପଛ ଘୁଞ୍ଚା ଦେଉଛନ୍ତି।