Categories: Home Leftଖେଳ

ପ୍ରଥମେ ବ୍ୟାଟିଂ କରିବ ଆର୍‌ସିବି

ଆବୁ ଧାବି,୨୦।୯: କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ବିପକ୍ଷ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର (ଆରସିବି) ଦଳର ଅଧିନାୟକ ବିରାଟ କୋହଲି। ତେବେ କୋହଲିଙ୍କ ନେତୃତ୍ୱାଧୀନ ଦଳ ଏହି ମ୍ୟାଚ୍‌ରେ ସବୁଜ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବ। ଏହି ମ୍ୟାଚ୍‌ ଜରିଆରେ କେ ଏସ୍‌ ଭରତ ଓ ଓ୍ବାନିନ୍ଦୁ ହାସରଙ୍ଗା ଆଇପିଏଲ ପଦାର୍ପଣ କରିବେ।

ପିଚ୍‌ ଆରମ୍ଭରୁ ବ୍ୟାଟ୍ସମ୍ୟାନଙ୍କୁ ସୁହାଇବ। କିନ୍ତୁ ଧିରେ ଧିରେ ଏଠାରେ ବ୍ୟାଟିଂ କରିବା କଷ୍ଟକର ପଡ଼ିବ। ଏହାକୁ ଦୃଷ୍ଟିରେ ରଖି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା କୋହଲି କହିଛନ୍ତି।