Categories: Home Leftଖେଳ

ନୂଆ ଲୁକ୍‌ରେ ନଜର ଆସିଲେ କୋହଲି

ନୂଆଦିଲ୍ଲୀ,୨୮।୮: ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଏସିଆ କପ ୨୦୨୩ ପୂର୍ବରୁ ଏକ ନୂଆ ଲୁକ୍‌ରେ ନଜର ଆସିଛନ୍ତି। ଏସିଆ କପ ୩୦ ଅଗଷ୍ଟରୁ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ପାକିସ୍ତାନ ଏବଂ ନେପାଳ ମଧ୍ୟରେ ଖେଳାଯିବ। ଏଥି ସହିତ ଟିମ ଇଣ୍ଡିଆ ୨ ସେପ୍ଟେମ୍ବରରେ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ ଖେଳିବ। ଏହି ମହାମୁକାବିଲା ପୂର୍ବରୁ କିଙ୍ଗ କୋହଲି ଏକ ନୂଆ ଲୁକ୍‌ ସହିତ ନଜର ଆସିଛନ୍ତି।

ଅଫିସିଆଲ ଇନଷ୍ଟାଗ୍ରାମର ଷ୍ଟୋରୀରେ କୋହଲି ତାଙ୍କର ନୂଆ ଲୁକ୍‌ର ଫଟୋ ଶେୟାର କରିଛନ୍ତି। କୋହଲିଙ୍କ ଏହି ନୂଆ ଲୁକ୍‌ ଆଶ୍ଚର୍ଯ୍ୟଜନକ ଦେଖାଯାଉଛି। ଆଜିକାଲି ବିରାଟ କୋହଲି ଟିମ ଇଣ୍ଡିଆ ସହିତ ଏସିଆ କପ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଭାରତୀୟ ଦଳ ଶ୍ରୀଲଙ୍କାରେ ଏସିଆ କପ ସମସ୍ତ ମ୍ୟାଚ ଖେଳିବ।