Categories: Home Leftଖେଳ

ଅଧିକ ରନ୍‌ ଦେବା ପରେ ବି ଏହି କାରଣ ପାଇଁ ସ୍ପିନରଙ୍କୁ ବୋଲିଂ ଦେଲେ କୋହଲି

ପୁଣେ,୨୬।୩ : ଇଂଲଣ୍ଡ ବିପକ୍ଷରେ ଏଠାରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତକୁ ଶୋଚନୀୟ ପରାଜୟ ଭୋଗ କରିବାକୁ ପଡ଼ିଛି। ଏହି ପରାଜୟ ଦଳର ପାଇଁ ଦୁଇ ସ୍ପିନରଙ୍କୁ ଦାୟୀ କରାଯାଇପାରେ। କାରଣ ଦୁହେଁ ୧୬ ଓଭରରେ ୧୫୬ ରନ୍‌ ଦେଇଥିଲେ। କୁଲଦ୍ୱୀପ ଯାଦବଙ୍କ ବଲରେ ୮ଟି ଛକା ଲାଗଇଥିଲେ ଇଂଲଣ୍ଡ ବ୍ୟାଟ୍ସମ୍ୟାନମାନେ। ଏହା ସତ୍ତ୍ୱେ ଅଧିନାୟକ ବିରାଟ କୋହଲି କୌଣସି ବିକଳ୍ପର ବ୍ୟବହାର କରି ନ ଥିଲେ। ଦଳରେ ହାର୍ଦ୍ଦିକ ପାଣ୍ଡ୍ୟା ଥିଲେ। କିନ୍ତୁ ତାଙ୍କୁ ବୋଲିଂ କରିବାକୁ ଦିଆଯାଇ ନ ଥିଲା।

ଆମକୁ ହାର୍ଦ୍ଦିକଙ୍କ ଓ୍ବାର୍କ ଲୋଡ୍‌ ମ୍ୟାନେଜ କରିବାକୁ ପଡ଼ିବ। ଆମକୁ କେଉଁଠି ତାଙ୍କର ଆବଶ୍ୟକତା ଅଛି, ତାହା ପ୍ରଥମେ ବୁଛିବାକୁ ହେବ। ତାଙ୍କୁ ଟି୨୦ରେ ବୋଲିଂ ଦେଉଛୁ । କିନ୍ତୁ ଦିନିକିଆରେ ନୁହେଁ। ଆଗକୁ ଇଂଲଣ୍ଡରେ ଟେଷ୍ଟ ସିରିଜ୍‌ ଖେଳିବାକୁ ଅଛି। ଏଣୁ ତାଙ୍କ ଫିଟ୍‌ ରହିବା ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ମ୍ୟାଚ୍‌ ଶେଷ ହେବା ପରେ ଅଧିନାୟକ କୋହଲି କହିଛନ୍ତି।