ମୁମ୍ବାଇ,୨୪।୩: ପୂର୍ବତନ ଭାରତୀୟ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଅଧିନାୟକ ବିରାଟ କୋହଲି ଆଜିକାଲି ତାଙ୍କ ଘର ପାଖରେ ଅଛନ୍ତି। ଏହା ସତ୍ତ୍ୱେ ସେ ଘରକୁ ଯାଇପାରୁ ନାହାନ୍ତି। ଏଥିପାଇଁ ସେ ଦୁଃଖ ପ୍ରକାଶ କଛଛନ୍ତି। ଆଇପିଏଲ ୨୦୨୨ ପାଇଁ ଆରସିବି ଟିମ୍ ସହ ମୁମ୍ବାଇରେ ଅଛନ୍ତି କୋହଲି। ଏହି ହୋଟେଲ ତାଙ୍କ ଘରଠାରୁ ମାତ୍ର ୨୦ ମିନିଟ୍ ଦୂର। ସେଠାରେ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ଏବଂ ଝିଅ ଅଛନ୍ତି। କିନ୍ତୁ ବାୟୋ ବବୁଲରେ ଥିବାରୁ କୋହଲି ସ୍ତ୍ରୀ ଏବଂ ଝିଅକୁ ଦେଖିବାକି ଯାଇପାରୁନାହାନ୍ତି। ସେଥିପାଇଁ ସେ ନିଜକୁ ଅସହାୟ ମନେ କରୁଛନ୍ତି। ଘରଠାରୁ ଦୂରରେ ରହିବା ଏବଂ ହୋଟେଲରେ ଥିବା କ୍ୱାରାଣ୍ଟାଇନ୍କୁ ନେଇ କୋହଲି ଆରସିବି ବୋଲ୍ଡ ଡାଏରୀରେ କହିଥିଲେ ଯେ ମୁଁ ହୋଟେଲରେ ରହିବାକୁ ପସନ୍ଦ କରେ ନାହିଁ କାରଣ ମୁଁ ମୁମ୍ବାଇରେ ଅଛି ଏବଂ ମୋ ଘର ଏଠାରୁ ୨୦ ମିନିଟ ଦୂରରେ ଅଛି। କିନ୍ତୁ ଘରକୁ ଯାଇପାରିବ ନାହିଁ। ଏଥିଲେ ତୁମେ କିଛି କରିପାରିବ ନାହିଁ। ଏବେ ୨ଟି ଜିନିଷ କର। ବହି ପଢ ଏବଂ ଘରକୁ ଭିଡିଓ କଲ କର। ମୁଁ ପଡ଼ିଆରେ ବହୁତ ମଜା କରିବାକୁ ଚାହୁଁଛି। ଦଳ ଏବଂ ଫ୍ରାଞ୍ଚାଇଜକୁ ମୋର ସମସ୍ତ ସମୟ ଦେବାକୁ ଚାହୁଁଛି ବୋଲି ସେ କହିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମାର୍ଚ୍ଚ ୧୧ରେ ଆଇପିଏଲ୍ ୨୦୨୨ରେ ସେମାନଙ୍କର ଅଭିଯାନ ଆରମ୍ଭ କରିବ।