ଐତିହାସିକ ରେକର୍ଡ ହାସଲ କଲେ କୋହଲି

ମେଲବୋର୍ନ,୧୩।୧୧: ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଟି-୨୦ ବିଶ୍ୱକପ ୨୦୨୨ରେ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ଏହି ଟୁର୍ନାମେଣ୍ଟରେ ସର୍ବାଧିକ ରନ ସ୍କୋରର ଥିଲେ। କୋହଲି ଏକମାତ୍ର ବ୍ୟାଟ୍ସମ୍ୟାନ ଯିଏକି ଟି-୨୦ ବିଶ୍ୱକପରେ ଦୁଇଥର ସର୍ବାଧିକ ରନ ସଂଗ୍ରହ କରିଛନ୍ତି। ଏଥର ସେ ୬ଟି ମ୍ୟାଚରେ ୨୯୬ ରନ ସ୍କୋର କରିଥିଲେ। କୋହଲି ପୂର୍ବରୁ ମଧ୍ୟ ଟି-୨୦ ବିଶ୍ୱକପ ୨୦୧୪ରେ ସର୍ବାଧିକ ରନ ସ୍କୋରର୍‌ ହୋଇଥିଲେ। କୋହଲି ଏଥର ଚମତ୍କାର ପ୍ରଦର୍ଶନ କରି ତାଙ୍କ ନାମରେ ଏହି ଐତିହାସିକ ସଫଳତା ହାସଲ କରିଥିଲେ।

ଟି-୨୦ ବିଶ୍ୱକପ୍‌ରେ ସର୍ବାଧିକ ରନ୍‌ ହାସଲ କରିଥିବା ବ୍ୟାଟ୍ସମ୍ୟାନ୍‌
୨୦୦୭ – ମାଥ୍ୟୁ ହେଡେନ
୨୦୦୯ – ତିଲକରତ୍ନେ ଦିଲଶାନ
୨୦୧୦ – ମହେଲା ଜୟୱାର୍ଦ୍ଧେନ
୨୦୧୨ – ସେନ୍‌ ୱାଟସନ
୨୦୧୪ – ବିରାଟ କୋହଲି
୨୦୧୬ – ତମିମ ଇକବାଲ
୨୦୨୧ – ବାବର ଆଜାମ
୨୦୨୨ – ବିରାଟ କୋହଲି