ରେକର୍ଡ କଲା ପ୍ରଥମ ଏପିସୋଡ୍‌

ବମ୍ବେ: କରନ୍‌ ଜୋହରଙ୍କ ଲୋକପ୍ରିୟ ଶୋ’ ‘କଫି ଉଇଥ୍‌ କରନ୍‌’ ପୁଣି ଥରେ ଲୋକଙ୍କ ମନୋରଞ୍ଜନ କରୁଛି। ଦୀର୍ଘ ତିନି ବର୍ଷ ପରେ ଶୋ’ ପ୍ରସାରିତ ହେଉଥିବା ଯୋଗୁ ଏହା ନୂଆ ରେକର୍ଡ କରିଛି। ଗୁରୁବାର ପ୍ରଥମ ଏପିସୋଡରେ ଆଲିଆ ଭଟ୍ଟ ଏବଂ ରଣବୀର ସିଂହଙ୍କୁ ଦେଖିବାକୁ ମିଳିଥିଲା। ଏହି ଏପିସୋଡ୍‌କୁ ସର୍ବାଧିକ ଲୋକ ଦେଖିଛନ୍ତି। ଓଟିଟି ପ୍ଲାଟଫର୍ମ ଡିଜ୍ନୀ ପ୍ଲସ ହଟ୍‌ଷ୍ଟାର୍‌ରେ ସବୁଠାରୁ ଅଧିକ ଲୋକ ଶୋ’ କୁ ସବ୍‌ସ୍କ୍ରାଇବ୍‌ ମଧ୍ୟ କରିଛନ୍ତି।

କରନ୍‌ଙ୍କ ଶୋ’ର ସପ୍ତମ ସିଜନର ପ୍ରଥମ ଦିନ ସବୁଠାରୁ ବଡ ଓପନିଂ କରିଛି। ଏହାକୁ ନେଇ ହୋଷ୍ଟ କରନ୍‌ କହିଛନ୍ତି, ପ୍ରଶଂସକଙ୍କ ଭଲପାଇବା ଏବଂ ପ୍ରଶଂସା ଦେଖି ଉତ୍ସାହିତ ଅଛି। ପ୍ରତି ଗୁରୁବାର ସେଭଳି ଆଉ ଅନେକ ଅତିଥିଙ୍କ ସହ ଚିଟ୍‌ଚାଟ୍‌ ଦେଖିବାକୁ ପ୍ରସ୍ତୁତ ଥାନ୍ତୁ ବୋଲି ସେ କହିଛନ୍ତି।