ନୂଆଦିଲ୍ଲୀ,୭।୧୦: ସାରା ବିଶ୍ୱରେ ସବୁଠାରୁ ପ୍ରତିଷ୍ଠିତ ପୁରସ୍କାର ମଧ୍ୟରୁ ଗୋଟିଏ ହେଲା ନୋବେଲ ପୁରସ୍କାର। ଏନେଇ ଘୋଷଣା ଆରମ୍ଭ ହୋଇଛି। ୬ ଟି ବିଷୟରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ସେଗୁଡ଼ିକ ହେଲା ଶାନ୍ତି, ସାହିତ୍ୟ, ସାଇକୋଲୋଜି(ମନୋବିଜ୍ଞାନ) ନଚେତ ମେଡିସିନ, ଫିଜିକ୍ସ(ଭୌତିକ ବିଜ୍ଞାନ), କେମିଷ୍ଟ୍ରୀ(ରସାୟନ ବିଜ୍ଞାନ), ଇକୋନୋମିକ୍ସ(ଅର୍ଥନୀତି)।
ନୋବେଲ ପୁରସ୍କାର ଏକ ଅନ୍ତର୍ଜାତୀୟ ପୁରସ୍କାର। ଏହାର ସଞ୍ଚାଳନ ଷ୍ଟକ୍ହୋମ୍, ସ୍ବିଡେନରେ ଥିବା ନୋବେଲ ଫାଉଣ୍ଡେଶନ କରିଥାଏ। ପ୍ରତ୍ୟେକ ପୁରସ୍କାର ସହ ଏକ ପଦକ, ବ୍ୟକ୍ତିଗତ ଡିପ୍ଲୋମା, ନଗଦ ରାଶି ମିଳିଥାଏ। ହେଲେ କେବେ ଭାବିଛନ୍ତି କି କାହିଁକି ଗଣିତରେ ନୋବେଲ ଦିଆଯାଇ ନ ଥାଏ। ଆସନ୍ତୁ ସେ ବିଷୟରେ ଜାଣିବା…
‘ଅଲଫ୍ରେଡ୍ ନୋବେଲ’ ଥିଲେ ଜଣେ ସ୍ବିଡେନର ରସାୟନ ବିଶେଷଜ୍ଞ, ଇଞ୍ଜିନିୟର, ଆବିଷ୍କାରକ ଏବଂ ବ୍ୟବସାୟୀ। ସେ ଡିନାମାଇଟ୍ ଆବିଷ୍କାର ମଧ୍ୟ କରିଥିଲେ। ସେ ଏହି ପୁରସ୍କାର ଆରମ୍ଭ କରିଥିଲେ। ତାଙ୍କୁ ଲାଗିଥିଲା ଯେ ଗଣିତ ପୂର୍ବରୁ ବିଶ୍ୱରେ ଲୋକପ୍ରିୟ। ସେତେବେଳେ ଗଣିତର ବିଭିନ୍ନ ପ୍ରତିଯୋଗିତା ହେଉଥିଲା, ଭଲ ପୁରସ୍କାର ମିଳୁଥିଲା। ଏଣୁ ସେ ଏହି ବିଷୟକୁ ପ୍ରାଥମିକତା ଦେଲେ ନାହିଁ। ପ୍ରଥମେ ୧୯୦୧ରେ ନୋବେଲ ପୁରସ୍କାର ଦିଆଯାଇଥିଲା।