ପାଟଣା,୩୧।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲରେ ନୂତନ ତହସିଲଦାର ଭାବେ ଶୁକ୍ରବାର ଅଶ୍ୱିନୀ କୁମାର ନାଏକ ଯୋଗ ଦେଇଛନ୍ତି। ପୂର୍ବରୁ ଥିବା ତହସିଲଦାର ଲୀଳାବତୀ ନାୟକଙ୍କ ସାହାରପଡା ତହସିଲକୁ ବଦଳି ପରେ ନୂତନ ତହସିଲଦାର ଭାବେ ଅଶ୍ୱିନୀ ଯୋଗ ଦେଇଛନ୍ତି।
ଏହି ଅବସରରେ ତହସିଲ କର୍ମଚାରୀଙ୍କ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା । ଅଶ୍ୱିନୀ ପୂର୍ବରୁ ବାଲେଶ୍ବର ଜିଲା ସଦର ତହସିଲଦାର ଭାବେ କାର୍ଯ୍ୟରତ ଥିଲେ। ଆଗକୁ ପାଟଣା ଅଞ୍ଚଳରେ ଆଇନ ଶୃଙ୍ଖଳା ସହ ବେଆଇନ ରାଜସ୍ବ ଲୁଟ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପାଟଣାବାସୀ ଆଶା ପ୍ରକଟ କରିଛନ୍ତି।