ଅନ୍ୟମାନଙ୍କ ଖୁସିର କାରଣ ସାଜନ୍ତୁ

ସାମ୍ପ୍ରତିକ ରୋଗଗ୍ରସ୍ତ କିମ୍ବା ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିବିଶେଷଙ୍କୁ ସାହାଯ୍ୟ କରିବାକୁ ଅଙ୍ଗଦାନ ଏକ ଗୁରୁତ୍ତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଛି। ଅନେକେ ସ୍ବତଃସ୍ଫୂର୍ତ୍ତ ଭାବରେ ଅଙ୍ଗଦାନ କରିବାକୁ ଆଗଭର ହେଉଛନ୍ତି। ଏନେଇ ଅଧିକ ଜନସଚେତନତା ସୃଷ୍ଟିକରିବା ପ୍ରତିବର୍ଷ ଅଗଷ୍ଟ ୧୩ ତାରିଖରେ ‘ବିଶ୍ୱ ଅଙ୍ଗଦାନ ଦିବସ’ ପାଳନ ହୋଇଥାଏ। ଏହାଦ୍ୱାରା ଏଭଳି ମହତ୍‌ କାମରେ ଆହୁରି ଅଧିକ ବ୍ୟକ୍ତିବିଶେଷ ସାମିଲ ହୋଇ ପାରିବେ। ଉକ୍ତ ଦିବସ ପାଳନ ଅବସରରେ ଚଳିତ ବର୍ଷର ସ୍ଲୋଗାନ ରହିଛି ‘ଆଜି ଆମେମାନେ ଅନ୍ୟମାନଙ୍କ ଖୁସିର କାରଣ ସାଜିବା ଦରକାର’ (ଓ୍ବି ଦ ରିଜିନ୍‌ ଫର୍‌ ସମଓ୍ବାନ୍ସ ସ୍ମାଇଲ ଟୁଡେ)।