Over the shoulder shot of an attractive young woman looking at her reflection in a mirror
ଅଦା ସ୍ବାସ୍ଥ୍ୟ ଲାଗି ଲାଭ ଦାୟକ ହୋଇଥାଏ। ଏହାର ଅନେକ ପ୍ରକାର ଚମତ୍କାର ଗୁଣ ସମ୍ପର୍କରେ ଆପଣ ଆଗରୁ ଜାଣିଥିବେ ବା ନିଜେ ମଧ୍ୟ ଅନୁଭବ କରିଥିବେ। ମାତ୍ର କ’ଣ ଆପଣ ଜାଣନ୍ତି ଏହାର ବ୍ୟବହାର ସୁନ୍ଦରତା ବଢ଼ାଇଥାଏ। ଅଦାରେ ଆଣ୍ଟି ଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଥାଏ। ଯାହା ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେବା ସହ ଚେହେରାର ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି କରିଥାଏ।
ଅଦା ଖାଇବା ଫଳରେ ରକ୍ତ ସଞ୍ଚାଳନ ବଢ଼ିଥାଏ ଯାହା ଚେହେରାକୁ ଗ୍ଲୋ କରିବା ସହ ଚ୍ଚର୍ମ କୁଞ୍ଚନ ସମସ୍ୟା ଦେଖାଦେଇ ନ ଥାଏ। ଏହା
ଏକ ଆଣ୍ଟି ବ୍ୟାକ୍ଟେରିଆଲ ଓଷଧୀ ହୋଇଥିବା ବେଳେ ଭରପୁର ଆଣ୍ଟି ଅକ୍ସିଡାଣ୍ଟ ଗୁଣ ତ୍ୱଚାକୁ ତରୁଣ ରଖିଥାଏ।
ଅଦା ତେଲ ବା ଅଦାରୁ ପ୍ରସ୍ତୁତ ତେଲକୁ ମୁଣ୍ଡରେ ମାରିବା ଫଳରେ ରୂପି ସମସ୍ୟା ଦୂର ହୋଇଥାଏ। ଅଦା ଖାଇବା ଦ୍ୱାରା ରକ୍ତ ସଞ୍ଚାଳନ ଭଲରେ ହେବା ଫଳରେ କେଶ ବଢ଼ିଥାଏ। ଚନ୍ଦାପଣ ଦୂରଲାଗି ଅଦାରସରେ ଲେମ୍ବୁ ରସ ମିଶାଇ କେଶରେ ଲଗାନ୍ତୁ।
ଫେସ୍ ମାର୍କ ସମସ୍ୟା ଲାଗି ଏହାକୁ ଫେସ୍ ପ୍ୟକ୍ରେ ମିଶାଇ ଲଗାଇ ପାରିବେ।
ଏହାକୁ ଖାଇବା ଫଳରେ ରକ୍ତ ସଞ୍ଚାଳନ ଯୋଗୁ ତ୍ୱଚା ଉଜ୍ଜ୍ୱଳ ଦେଖାଯାଇଥାଏ।