ଆମ ଶରୀରର ଅନ୍ୟତମ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍ନୀ। ଶରୀରରେ ପ୍ରବାହିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ। ତେବେ କିଡ୍ନୀ କିପରି ସୁସ୍ଥ ରହିବ, ସେ ନେଇ ସତର୍କ ରହିବା ନିହାତି ଦରକାର। କିଡ୍ନୀ ସମସ୍ୟାର କେତେକ କାରଣ ରହିଛି। ଏହାର କାର୍ଯ୍ୟ ବାଧାପ୍ରାପ୍ତ ହେଲେ ଗୋଡ଼ ଫୁଲିଯାଏ। ଶରୀରର ଯୋଡ଼ା ଅଂଶଗୁଡ଼ିକରେ ଦରଜ ଅନୁଭୂତ ହୁଏ। ରକ୍ତଚାପ ଅସନ୍ତୁଳିତ ରହେ। ଦୁର୍ବଳ ଲାଗେ। ବାନ୍ତି ଉଠାଏ ଆଉ ବେଳେବେଳେ ହୁଏ ମଧ୍ୟ। ନିଃଶ୍ୱାସପ୍ରଶ୍ୱାସ ନେବାରେ ବାଧା ଉପୁଜେ। ଫଳରେ ଶ୍ୱାସକ୍ରିୟାଜନିତ ରୋଗ ଦେଖାଦିଏ। ତେଣୁ କିଡ୍ନୀକୁ ସୁସ୍ଥ ରଖିବା ପାଇଁ ପ୍ରଥମେ ଆବଶ୍ୟକ ମୁତାବକ ପାଣି ପିଅନ୍ତୁ। କିଡ୍ନୀଜନିତ ରୋଗ ଦେଖାଗଲେ ଶରୀରରେ ୟୁରିଆ ତତ୍ତ୍ୱ ବଢ଼ିଯାଏ। ସେଥିପାଇଁ ଏହାକୁ ସନ୍ତୁଳିତ ରଖିବା ପାଇଁ ପ୍ରୋଟିନ୍ଯୁକ୍ତ ଖାଦ୍ୟ ଅଧିକ ଖାଆନ୍ତୁ। ଘିଅ, କ୍ଷୀର, ମାଛ, ମାଂସ, ପନିର୍, ସୋୟାବିନ୍ ଆଦିରେ ପ୍ରୋଟିନ୍ ଅଧିକ ଥାଏ। ଏହାକୁ ପ୍ରତିଦିନ ଖାଦ୍ୟରେ ସାମିଲ କରନ୍ତୁ। ଦୈନିକ ୫ ଗ୍ରାମ୍ ଲୁଣ ମଧ୍ୟ ଖାଆନ୍ତୁ। ଯଦି ଧୂମପାନ କରୁଛନ୍ତି, ତେବେ ଏହାକୁ ତୁରନ୍ତ ଛାଡ଼ନ୍ତୁ, କାରଣ ଏହା ସ୍ବାସ୍ଥ୍ୟ ତଥା କିଡ୍ନୀ ପ୍ରତି ବେଶି କ୍ଷତିକାରକ। ଆଉ ମଧ୍ୟ ଆପଣଙ୍କର ଯଦି କୌଣସି କିଡ୍ନୀଜନିତ ଲକ୍ଷଣ ଜଣାପଡ଼େ, ତେବେ ବିଳମ୍ବ ନ କରି ଅଭିଜ୍ଞ କିଡ୍ନୀ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।