ବଲିଉଡ ଷ୍ଟାର ଗୋବିନ୍ଦାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡ ଷ୍ଟାର ଗୋବିନ୍ଦା ଏବଂ ତାଙ୍କ ସ୍ତ୍ରୀ ସୁନୀତା ଆହୁଜା ୩୭ ବର୍ଷର ବୈବାହିକ ଜୀବନ ପରେ ଛାଡପତ୍ର ନେବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି। ୩୦ ବର୍ଷୀୟ ମରାଠୀ ଅଭିନେତ୍ରୀଙ୍କୁ ଗୋବିନ୍ଦା ଡେଟ୍‌ କରୁଥିବା ଆଲୋଚନା ହେଉଛି। ଯଦିଓ ଦମ୍ପତି ଏହି ଖବରକୁ ନିଶ୍ଚିତ କରିନାହାଁନ୍ତି, ତଥାପି କଳ୍ପନାଜଳ୍ପନା ଚାଲିଛି। ଗୋବିନ୍ଦା ଅନେକ ଶ୍ରେଷ୍ଠ ଚଳଚ୍ଚିତ୍ରରେ କାମ କରି ଲୋକଙ୍କ ହୃଦୟରେ ଏକ ଅନନ୍ୟ ସ୍ଥାନ ସୃଷ୍ଟି କରିଛନ୍ତି। ତାଙ୍କର ସମ୍ପତ୍ତିର ମୂଲ୍ୟ ମଧ୍ୟ କୋଟି କୋଟି ଟଙ୍କା।
ଗୋବିନ୍ଦାଙ୍କ ମୋଟ ସମ୍ପତ୍ତି ପ୍ରାୟ ୧୮ ନିୟୁତ ଡଲାର ଅର୍ଥାତ୍‌ ୧୫୦ କୋଟି ଟଙ୍କା। ଗୋବିନ୍ଦାଙ୍କ ଆୟ ସଫଳ ଚଳଚ୍ଚିତ୍ର କ୍ୟାରିଅର, ବ୍ରାଣ୍ଡ ଏବଂ ରିଅଲ ଇଷ୍ଟେଟ ନିବେଶରୁ ହୋଇଥାଏ। ବଲିଉଡ ଷ୍ଟାର ଭାବରେ ତାଙ୍କର ଲୋକପ୍ରିୟତା ଏବେ ବି ଅକ୍ଷୁର୍ଣ୍ଣ ରହିଛି କାରଣ ସେ ବିଭିନ୍ନ ଶୋ’ରେ ନଜର ଆସନ୍ତି।
‘ହିରୋ ନମ୍ବର ୧’ ଭାବରେ ପ୍ରସିଦ୍ଧ ଗୋବିନ୍ଦାଙ୍କ ବାର୍ଷିକ ଆୟ ପ୍ରାୟ ୧୨ କୋଟି ଟଙ୍କା ବୋଲି କୁହାଯାଏ। ତାଙ୍କର ରୋଜଗାରର ଏକ ପ୍ରମୁଖ ଅଂଶ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ଆସିଥାଏ, ଯେଉଁଠାରେ ସେ ପ୍ରତି ଡିଲ ପାଇଁ ପ୍ରାୟ ୨ କୋଟି ଟଙ୍କା ନେଉଥିବା ଜଣାପଡ଼ିଛି। ଗୋବିନ୍ଦା ପ୍ରତି ଫିଲ୍ମ ପ୍ରୋଜେକ୍ଟ ପାଇଁ ୫-୬ କୋଟି ଟଙ୍କା ନିଅନ୍ତି।
ଅଭିନୟ କ୍ୟାରିୟର ବ୍ୟତୀତ, ଗୋବିନ୍ଦାଙ୍କ ମୁମ୍ବାଇରେ ଅନେକ ଘର ଅଛି। ତାଙ୍କର ସହରରେ ଦୁଇଟି ସୁନ୍ଦର ଘର ଅଛି, ଗୋଟିଏ ଜୁହୁର କେଡିଆ ପାର୍କରେ ଏବଂ ଅନ୍ୟଟି ମଡ ଆଇଲ୍ୟାଣ୍ଡରେ। ଏହି ସମ୍ପତ୍ତିଗୁଡ଼ିକର ମୂଲ୍ୟ ପ୍ରାୟ ୧୬ କୋଟି ଟଙ୍କା ବୋଲି ଜଣାପଡ଼ିଛି। ଏହା ବ୍ୟତୀତ, ଗୋବିନ୍ଦା ଅନେକ ରିଅଲ ଇଷ୍ଟେଟରେ ମଧ୍ୟ ନିବେଶ କରିଛନ୍ତି, ଯାହା ତାଙ୍କୁ ତାଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାରେ ସାହାଯ୍ୟ କରିଛି।
ଗୋବିନ୍ଦାଙ୍କ କାର ସଂଗ୍ରହ ବିଷୟରେ କହିବାକୁ ଗଲେ, ତାଙ୍କ ପାଖରେ Hyundai Creta, Toyota Fortuner, Ford Endeavour, Mercedes C220D ଏବଂ Mercedes Benz GLC ଭଳି ଗାଡ଼ି ଅଛି।