Categories: Home Leftଖେଳ

କୋଟି କୋଟି ଟଙ୍କାର ମାଲିକ ସାନିଆ ମିର୍ଜା, ଜାଣନ୍ତୁ ତାଙ୍କର ମୋଟ ସମ୍ପତ୍ତି କେତେ ?

ନୂଆଦିଲ୍ଲୀ,୨୧।୧: ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ତାଙ୍କ ଖେଳ ତଥା ଫ୍ୟାଶନ୍ ଅନ୍ଦାଜ ପାଇଁ ଜଣା। ସେ ଦେଶର ସବୁଠାରୁ ଧନୀ ମହିଳା ଖେଳାଳିଙ୍କ ମଧ୍ୟରୁ ଜଣେ। ତେବେ ଆସନ୍ତୁ ଜାଣିବା ସାନିଆଙ୍କର ମୋଟ ସମ୍ପତ୍ତିର ମୂଲ୍ୟ କେତେ।

ଜାନୁଆରୀ ୨୦୨୩ ରେ ଅଷ୍ଟ୍ରେଲୀୟ ଓପନରେ ଅଂଶଗ୍ରହଣ କରିବା ପରେ ସେ ଟେନିସରୁ ଅବସର ଘୋଷଣା କରିଥିଲେ।

ସେ ତାଙ୍କ କ୍ୟାରିୟରରେ ମୋଟ ୬ଟି ଗ୍ରାଣ୍ଡସ୍ଲାମ ଜିତିଛନ୍ତି। ସେ ୨୦୧୫ ରେ ସେ ଦୁଇଟି ଗ୍ରାଣ୍ଡସ୍ଲାମ ଜିତିଥିଲେ। ୨୦୦୯, ୨୦୧୨, ୨୦୧୪ ଏବଂ ୨୦୧୬ ବର୍ଷରେ ସାନିଆ ଅନ୍ୟ ସବୁ ଗ୍ରାଣ୍ଡସ୍ଲାମ ଜିତିଥିଲେ।

ଫାଇନାନ୍ସସିଆଲ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୨୩ ମସିହାରେ ସାନିଆ ମିର୍ଜାଙ୍କ ମୋଟ ସମ୍ପତ୍ତି ୨୬ ମିଲିୟନ ଡଲାରରୁ ଅଧିକ ଅର୍ଥାତ୍ ୨୧୦ କୋଟି ଟଙ୍କା ଥିଲା। ସେହିଭଳି ଇକୋନୋମିକ୍ ଟାଇମ୍ସ ରିପୋର୍ଟ ଅନୁଯାୟୀ, ସାନିଆ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ପାଇଁ ୬୦ ରୁ ୭୫ ଲକ୍ଷ ଟଙ୍କା ନେଇଥାନ୍ତି।

ସମ୍ପ୍ରତି ସାନିଆ ମିର୍ଜା ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଏବେ ହେଡଲାଇନରେ ଅଛନ୍ତି। ସାନିଆ ତାଙ୍କ ପାକିସ୍ତାନୀ ସ୍ୱାମୀ ଶୋଏବ ମଲିକଙ୍କୁ ଛାଡପତ୍ର ଦେଇଛନ୍ତି। ଉଭୟଙ୍କର ଏକ ପୁଅ ଅଛି, ଯାହାର ନାମ ଇଜାନ୍ ମିର୍ଜା ମଲିକ୍। ତେବେ ଛାଡପତ୍ର ପରେ ଶୋଏବ ପାକିସ୍ତାନର ଅଭିନେତ୍ରୀ ସାନାଙ୍କୁ ବିବାହ କରିଛନ୍ତି।

Share
Tags: sania-mirza