ନକ୍‌ଆଉଟ ଟୁର୍ନାମେଣ୍ଟ: ବାରାବାଂସ ଦଳ ବିଜୟୀ

ବନ୍ଧମୁଣ୍ଡା,୧୬ା୩(ସୁବ୍ରତ ଦେ): ସୁନ୍ଦରଗଡ଼ ଜିଲା ବିଶ୍ରା ବ୍ଲକ କପାଟମୁଣ୍ଡା ପଞ୍ଚାୟତଠାରେ ଲାୟନ୍ସ ହାର୍ଟ କ୍ଲବ ପକ୍ଷରୁ ଆୟୋଜିତ ୨ ଦିନିଆ ଷଷ୍ଠ ଇଣ୍ଟର ପଞ୍ଚାୟତ କ୍ରିକେଟ ନକ୍‌ଆଉଟ ଟୁର୍ନାମେଣ୍ଟ ସୋମବାର ଶେଷ ହୋଇଛି।

ଫାଇନାଲ ମ୍ୟାଚ କପାଟମୁଣ୍ଡା ଓ ବାରାବାଂସ ଦଳ ମଧ୍ୟରେ ହୋଇଥିଲା। ବାରାବାଂସ ଦଳ ଦମ୍‌ଦାର ପ୍ରଦର୍ଶନ କରି ୩୬ ରନରେ ବିଜୟ ହୋଇ ହାସଲ କରିଛି। ଖେଳ ପ୍ରେମୀ ନିରନ୍ତର ଜ୍ୟୋତି ଲାକଡ଼ା ମୁଖ୍ୟ ଅତିଥି ଏବଂ ବବଲୁ ମିଞ୍ଜ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଅତିଥିଙ୍କ ଦ୍ୱାରା ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ଏବଂ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ମୋଟ ୧୨ଟି ଦଳ ଅଂଶଗ୍ରହଣ କରିଥିଲେ। ଟୁର୍ନାମେଣ୍ଟର ସଫଳ ଆୟୋଜନରେ ଆୟୋଜକ କମିଟିର ଜୟ ତିଗ୍ଗା, ସିଓନ ତିଗ୍ଗା, ଈଶ୍ୱର ମାହାତୋ, ଅରମାନ ତିଗ୍ଗା, ସଞ୍ଜୀବ ଖେସ, ଅଭିଷେକ ଏକ୍କା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Share