ଲହୁଣିପଡ଼ା,୨୫ା୧(ଦାଶରଥି ପଣ୍ଡା): ସୁନ୍ଦରଗଡ ଜିଲା ଲହୁଣିପଡ଼ା କ୍ରିକେଟ ଖେଳ ପଡ଼ିଆଠାରେ ଲହୁଣୀପଡ଼ା ସ୍ପୋର୍ଟସ ଆସୋସିଏଶନ ପକ୍ଷରୁ ଚାଲିଥିବା ୧୭ତମ ପାଞ୍ଚଦିନିଆ ନକ୍ଆଉଟ କ୍ରିକେଟ ପ୍ରତିଯୋଗିତା ରବିବାର ଉଦ୍ଯାପିତ ହୋଇଯାଇଛି। ଏଥିରେ ୧୬ଟି କ୍ରିକେଟ ଦଳ ଅଂଶ ଗ୍ରହଣ କରିଥିବା ବେଳେ ଫାଇନାଲ ମ୍ୟାଚରେ ଲହୁଣୀପଡା ଡିଏକ୍ସ ଦଳକୁ ୯ ଉଇକେଟରେ ହରାଇ ଖଣ୍ଡାଧାର ଟାଇଟାନ ଦଳ ଚଳିତ ବର୍ଷ ଚାମ୍ପିୟନ ହୋଇଛି।
ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଲହୁଣୀପଡ଼ା ସରପଞ୍ଚ ନେଲସନ ହେମ୍ବ୍ରମ, ମୁଖ୍ୟ ବକ୍ତାଭାବେ ପୂର୍ବତନ କ୍ରିକେଟ ଖେଳାଳି ଦିଲୀପ କୁମାର ଖଟୁଆ, ସମ୍ମାନିତ ଅତିଥିଭାବେ ନିକିତା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷ ନିଗେସ କୁମାର ଚୌରାସିଆ ଯୋଗ ଦେଇଥିଲେ।
ଲହୁଣୀପଡ଼ା ସ୍ପୋର୍ଟସ ଆସୋସିଏଶନର ସଭାପତି ଏମଡି ଛୋଟୁ ଅଧ୍ୟକ୍ଷତା କରିଥିବା ବେଳେ ବିକାଶ ଜୟସୱାଲ ପରିଚୟ ପ୍ରଦାନ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ନିହାର ରଞ୍ଜନ ମାହାନ୍ତ ମଞ୍ଚ ପରିଚାଳନା କରିଥିଲେ। ପ୍ରଥମେ କମିଟିର କର୍ମକର୍ତ୍ତାମାନେ ଅତିଥିଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଦେଇ ସ୍ବାଗତ କରିଥିଲେ। ଅତିଥିମାନେ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହିତ ପୁରସ୍କାର ପ୍ରଦାନ କରିଥିଲେ। ଅମ୍ପାୟାର ଭାବେ ମୁନୁ ମାହାନ୍ତ, ନୀକୁଞ୍ଜ ସିଂ, ବାଦଲ ସା ଶାନ୍ତି ଶୃଙ୍ଖଳାର ସହିତ ଖେଳ ପରିଚାଳନା କରିଥିଲେ। ଶୁସାନ୍ତ ମାହାନ୍ତ, ଲିପୁନ ମାହାନ୍ତ, ଏମଡି ଅମିନ, ଏମଡି ଗୁଲୁ, ଲିଙ୍କନ ପାତ୍ର, ବିଟୁ ସା, ରାଜା ସା, ନିଖିଲ ଠାକୁର, ନିତେସ ଜୟସୱାଲ, ଜିତେନ୍ଦ୍ର ମାହାନ୍ତ, ମୋହିତ ଜୟସୱାଲ, ଚଞ୍ଚଳ ନାଏକ, ଦିଲୀପ ମହାକୁଡ଼, ଏମଡି ସାମି, ରଞ୍ଜନ ଦଳେଇ ପ୍ରମୁଖଙ୍କ ସମେତ ସ୍ପୋର୍ଟସ ଆସୋସିଏଶନର କର୍ମକର୍ତ୍ତାମାନେ କ୍ରିକେଟ ପ୍ରତିଯୋଗିତା ପରିଚାଳନା କରିଥିଲେ। ଶେଷରେ ସୁଧାଂଶୁ ଶେଖର ମାହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବହୁ ସଂଖ୍ୟାରେ କ୍ରିକେଟ ପ୍ରେମୀ ଉପସ୍ଥିତ ଥିଲେ।