Categories: Home Leftଖେଳ

କେ.ଏଲ ରାହୁଲଙ୍କ ଅସ୍ତ୍ରୋପଚାର ସଫଳ

ନୂଆଦିଲ୍ଲୀ,୧୦।୫: ଆଇପିଏଲର ୧୬ ତମ ସିଜନରେ ଲକ୍ଷ୍ନୌ ସୁପର ଜିଆଣ୍ଟସର ଅଧିନାୟକ କେ.ଏଲ ରାହୁଲ ଆହତ କାରଣରୁ ମ୍ୟାଚରୁ ବାଦ୍‌ ପଡିଛନ୍ତି। ଇତି ମଧ୍ୟରେ କେ.ଏଲ ରାହୁଲଙ୍କ ଅସ୍ତ୍ରୋପଚାର ସଫଳ ହୋଇଥିବା ନେଇ ରାହୁଲ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଁ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି ଯେ, ମୋର ଅସ୍ତ୍ରୋପଚାର ଶେଷ ହୋଇଛି ଏବଂ ସଫଳ ମଧ୍ୟ ହୋଇଛି। ଏଥିପାଇଁ ଡାକ୍ତର ଏବଂ ଡାକ୍ତରୀ କର୍ମଚାରୀଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି , ଯେଉଁଥିପାଇଁ ମୁଁ ସୁସ୍ଥ ଅନୁଭବ କରୁଛି। ଏଥିସହ ସେ ଶୀଘ୍ର ଭଲ ହୋଇ ପୁଣି ମଇଦାନକୁ ଫେରିବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ମେ’୧ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)ବିପକ୍ଷ ମ୍ୟାଚରେ ଫିଲ୍ଡିଂ କରୁଥିବା ବେଳେ ରାହୁଲଙ୍କ ଜଙ୍ଘରେ ଆଘାତ ଲାଗିଥିଲା।