୯ ବର୍ଷ ପରେ ଶତକ ହାସଲ କରି ପଡ଼ିଆରେ ଏମିତି କାର୍ଯ୍ୟ କଲେ କେଏଲ ରାହୁଲ: ଭିଡିଓ ହେଉଛି ଭାଇରାଲ୍‌

ଅହମ୍ମଦାବାଦ,୩।୧୦: ଅହମ୍ମଦାବାଦରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ କେଏଲ ରାହୁଲ ଶତକ ହାସଲ କରିଥିଲେ। ଏହା ପରେ ସେ ସିଟି ବଜାଇ ଏକ ନିଆରା ସେଲିବ୍ରେଶନ କରିଥିଲେ। ଏହା ରାହୁଲଙ୍କ କ୍ୟାରିୟରରେ ୧୧ତମ ଟେଷ୍ଟ ଶତକ ଏବଂ ଭାରତରେ ତାଙ୍କର ଦ୍ୱିତୀୟ ଶତକ ଥିଲା। ଟେଷ୍ଟର ଦ୍ୱିତୀୟ ଦିନର ସେସନ ଶେଷରେ ରାହୁଲ ୧୦୦ ରନରେ ଅପରାଜିତ ରହିଥିଲେ। ୱେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ୧୬୨ ରନ କରିଥିଲା।

ଡିସେମ୍ବର ୨୦୧୬ରେ, କେଏଲ ରାହୁଲ ଏମ. ଚିଦାମ୍ବରମ ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷରେ ତାଙ୍କର ଚତୁର୍ଥ ଟେଷ୍ଟ ଶତକ ହାସଲ କରିଥିଲେ, ଯାହା ଘରୋଇ ପରିବେଶରେ ତାଙ୍କର ପ୍ରଥମ ଟେଷ୍ଟ ଶତକ ଥିଲା। ଏହା ପରେ ଭାରତରେ ରାହୁଲ ପ୍ରଥମ ଥର ପାଇଁ ଟେଷ୍ଟ ଶତକ ହାସଲ କରିଛନ୍ତି।

କେଏଲ ରାହୁଲ ପ୍ରଥମ ସେସନରେ ଶେଷ ହେବାର କିଛି ମିନିଟ ପୂର୍ବରୁ ତାଙ୍କର ଶତକ ପୂରଣ କରିଥିଲେ। ସେ ୬୫ତମ ଓଭରର ପଞ୍ଚମ ବଲରୁ ଏକ ସିଙ୍ଗଲ ନେଇଥିଲେ ଏବଂ ସିଟି ବଜାଇ ସେଲିବ୍ରେଶନ କରିଥିଲେ।

ଏହି ଟେଷ୍ଟରେ ୱେଷ୍ଟଇଣ୍ଡିଜ ଟସ କରି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଦିନର ଦ୍ୱିତୀୟ ସେସନରେ ୱେଷ୍ଟଇଣ୍ଡିଜ ୧୬୨ ରନରେ ଅଲଆଉଟ ହୋଇଯାଇଥିଲା। ମହମ୍ମଦ ସିରାଜ ୪ଟି ଉଇକେଟ ଏବଂ ଜସପ୍ରିତ ବୁମରା ୩ଟି ଉଇକେଟ ନେଇଥିଲେ। ଭାରତର ପ୍ରଥମ ଇନିଂସରେ ଅଧିନାୟକ ଶୁଭମନ ଗିଲ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ।

Share