Categories: Home Leftଖେଳ

କେକେଆର ଦଳରେ ନୂଆ ଖେଳାଳି

ନୂଆଦିଲ୍ଲୀ,୪ା୪- ଆଇପିଏଲର ଦୁଇ ଥର ଚାମ୍ପିୟନ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଗୁରକୀରତ ସିଂ ମନ୍ନଙ୍କ ସହ ଚୁକ୍ତି କରିଛିି। ରିଙ୍କୁ ସିଂଙ୍କ ସ୍ଥାନରେ ମନ୍ନଙ୍କୁ ଦଳରେ ସାମିଲ କରିଛି କେକେଆର। ଆଣ୍ଠୁ ଜନିତ ସମସ୍ୟା ଯୋଗୁ ଉତ୍ତର ପ୍ରଦେଶ ଖେଳାଳି ରିଙ୍କୁ ଚଳିତ ଆଇପିଏଲରୁ ବାଦ୍‌ ପଡ଼ିଛନ୍ତି। ଏ ସମ୍ପର୍କରେ କେକେଆର ଶନିବାର ଘୋଷଣା କରିଛି।

୩୦ ବର୍ଷୀୟ ପଞ୍ଜାବ ଅଲରାଉଣ୍ଡର ଗୁରକୀରତ ଆଇପିଏଲରେ ୪୧ଟି ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରିିଛନ୍ତି। ସେ ଅତୀତରେ କିଙ୍ଗ୍ସ ଏକାଦଶ ପଞ୍ଜାବ, ଦିଲ୍ଲୀ ଡେଆରଡେଭିଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଲର ପକ୍ଷରୁ ଖେଳିଥିଲେ। କେକେଆର ଏହି ଖେଳାଳିଙ୍କୁ ୫୦ ଲକ୍ଷ ଟଙ୍କାର ବେସ୍‌ ପ୍ରାଇସ୍‌ରେ ଦଳରେ ସାମିଲ କରିଛି।