ବିଜୁ ଛାତ୍ର ଜନତା ଦଳରୁ ଇସ୍ତଫା ଦେଲେ କିରଣ, କହିଲେ ଏହି ବଡ଼ କାରଣ…

ଭବାନୀପାଟଣା,୨୫ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ବିଜୁ ଛାତ୍ର ଜନତା ଦଳ (ବିସିଜେ)ରୁ ବୁଧବାର ଇସ୍ତଫା ଦେଇଛନ୍ତି ଯୁବ ନେତା କିରଣ କୁମାର ପ୍ରଧାନୀ। ସେ ତାଙ୍କ ଇସ୍ତଫାପତ୍ରକୁ ଜିଲା ଛାତ୍ର ସଭାପତି ଅଜିତ କୁମାର ସାହୁଙ୍କୁ ପ୍ରେରଣ କରିଛନ୍ତି। ଗତ ୨୦୧୪ରୁ ସେ ବିଜୁ ଛାତ୍ର ଜନତା ଦଳର ଜିଲା ସୋସିଆଲ ମିଡିଆ ଦାୟିତ୍ୱ ତୁଲାଇଥିବା ବେଳେ ବିଜେଡିର ପ୍ରାଥମିକ ସଦସ୍ୟ ମଧ୍ୟ ରହିଥିଲେ। ଗତ ବର୍ଷେ ହେଲା ଦଳ ତାଙ୍କୁ ଜାଣିଶୁଣି ଅବହେଳା କରୁଥିବାରୁ ଶେଷରେ ସେ ଦଳ ଛାଡ଼ିଥିବା ପ୍ରକାଶ କରିଛନ୍ତି।

Share
Tags: youth bjd